ଦେଖନ୍ତୁ, ୱାର୍ଲ୍ଡ ସାଇକେଲ ଡେ' ରେ ଯୁବ ଶିଳ୍ପୀ ଶାଶ୍ବତଙ୍କ ଦିଆସିଲି କାଠି ସାଇକେଲ
ଏହି ଅବସରରେ ନିଆରା ଉଦ୍ୟମ କରିଛନ୍ତି ପୁରୀ କୁମ୍ଭରପଡା ଅଞ୍ଚଳର ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ। ୱାର୍ଲ୍ଡ ସାଇକେଲ ଦିବସରେ ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ୩ ହଜାର ୬ ଶହ ୫୩ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି।
ପୁରୀ: ଆଜି ଦିନକୁ ୱାର୍ଲଡ଼ ସାଇକେଲ ଡେ ଭାବେ ପାଳନ କରାଯାଏ। ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ପରିବେଶ ପ୍ରଦୂଷିତ ମଧ୍ୟ ହୋଇନଥାଏ। ଏଣୁ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବା ନେଇ ଲୋକଙ୍କୁ ଉତ୍ସାହିତ କରିବା ହେଉଛି ଏହି ଦିବସର ପରିକଳ୍ପନା।

ଏହି ଅବସରରେ ନିଆରା ଉଦ୍ୟମ କରିଛନ୍ତି ପୁରୀ କୁମ୍ଭରପଡା ଅଞ୍ଚଳର ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ। ୱାର୍ଲ୍ଡ ସାଇକେଲ ଦିବସରେ ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ୩ ହଜାର ୬ ଶହ ୫୩ଟି ଦିଆସିଲି କାଠିରେ ଏକ ସାଇକେଲର ସୁନ୍ଦର ପ୍ରତିକୃତି ତିଆରି କରିଛନ୍ତି।

ଏହି ନିଆରା କଳାକୃତି ତିଆରି ପାଇଁ ତାଙ୍କୁ ୭ ଦିନ ସମୟ ଲାଗିଥିବା ସେ କହିଛନ୍ତି । ଦିଆସିଲି କାଠିରେ ତିଆରି ହୋଇଥିବା ଏହି ସାଇକେଲ ପ୍ରତିକୃତିର ଉଚ୍ଚତା ୫୦ ଇଞ୍ଚ ଏବଂ ଲମ୍ବ ୨୫ ଇଞ୍ଚ ରହିଛି।

Click it and Unblock the Notifications