ମୁଖ୍ୟମନ୍ତ୍ରୀଙ୍କୁ ଦିଆସିଲି କାଠିରେ ନିର୍ମିତ ଗଣେଶ ମୂର୍ତ୍ତି ଉପହାର ଦେଲେ ହସ୍ତଶିଳ୍ପୀ

Bhubaneswar: Young Artist Gifted Ganesh Idol To Chief Minister Naveen Patnaik made With Match Sticks ମୁଖ୍ୟମନ୍ତ୍ରୀଙ୍କୁ ଦିଆସିଲି କାଠିରେ ନିର୍ମିତ ଗଣେଶ ମୂର୍ତ୍ତି ଉପହାର ଦେଲେ ହସ୍ତଶିଳ୍ପୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହସ୍ତଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ । ନବୀନ ପଟ୍ଟନାୟକଙ୍କୁ ଭେଟି ଦେଲେ ଅନନ୍ୟ ଅପହାର । ଦିଆସିଲି କାଠିରେ ପ୍ରସ୍ତୁତ ସୁନ୍ଦର ଗଣେଶ ମୂର୍ତ୍ତି ଉପହାର ସ୍ୱରୂପ ଦେଇଛନ୍ତି । ଏହି ଗଣେଶ ମୂର୍ତ୍ତିକୁ ନିର୍ମାଣ କରିବା ପାଇଁ ଶାଶ୍ବତ ୫୬୨୧ଟି କାଠି ବ୍ୟବହାର କରିଛନ୍ତି । ଏହାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୮ ଦିନ ସମୟ ଲାଗିଥିଲା । ଶାଶ୍ୱତଙ୍କର ସୁନ୍ଦର କଳାକୃତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ODISHA

ଆସନ୍ତା ଅଗଷ୍ଟ ୩୧ ତାରିଖରେ ସାରା ଦେଶରେ ପାଳନ କରାଯିବା ଗଣେଶ ପୂଜା । ଏହି ଅବସରରେ ପୁରୀ ସହରର କୁମ୍ଭାରପଡ଼ା ନିବାସୀ ସୁଦର୍ଶନ ସାହୁଙ୍କ ପୁଅ ଶାଶ୍ୱତ ରଞ୍ଜନ ସାହୁ ନିଜେ ତିଆରି କରିଥିବା ଗଣେଶ ମୂର୍ତ୍ତିକୁ ମଙ୍ଗଳବାର ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଉପହାର ଦେଇଥିଲେ । ପୂର୍ବରୁ ମଧ୍ୟ ଶାଶ୍ୱତ ଦିଆସିଲି କାଠିରେ ତିନି ରଥର ମନୋରମ୍ ମଡେଲ ନିର୍ମାଣ କରି ପ୍ରଶଂସା ସାଉଁଟିଥିଲେ । ଯେଉଁଥି ପାଇଁ ସେ ୪୮୩୦ ଦିଆସିଲି କାଠିର ବ୍ୟବହାର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+