ଅଭିନବ ପ୍ରୟାସ: ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଜରି ଓ ବୋତଲ ଫେରାଇଲେ ମିଳିବ ଟଙ୍କା
ଐତିହାସିକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଓ ବୋତଲ ଫେରାଇଲେ ମିଲବ ଟଙ୍କା । ଏଥିପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କିଓସ୍କ ହେବ ଓ ବିଭିନ୍ନ ଷ୍ଟଲ୍ ରେ କ
କଟକ: ଐତିହାସିକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏଥର ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍ ଓ ବୋତଲ ଫେରାଇଲେ ମିଲବ ଟଙ୍କା । ଏଥିପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କିଓସ୍କ ହେବ ଓ ବିଭିନ୍ନ ଷ୍ଟଲ୍ ରେ କ୍ୟୁଆର୍ ସ୍କାନ୍ କୋ ରହିବ ।

ପ୍ଲାଷ୍ଟିକ ବ୍ୟାଗ୍ ଜରି କି ବଟଲ୍ ଫେରାଇ ଏହି କୋଡ୍ ସ୍କାନ୍ କରି ଆପଣ ୨ ଟଙ୍କା ରୁ ୫ ଟଙ୍କା ପାଇପାରିବେ ପରେ ସେହି ସବୁ ପ୍ଲାଷ୍ଟିକ ଜରି ବ୍ୟାଗ୍ ବଟଲକୁ ନେଇ ମହାନଗର ନିଗମ ଅନ୍ୟ ସ୍ଥାନରେ ନଷ୍ଟ କରିବ । ଉଦ୍ଦେଶ୍ୟ କେବଳ ଏତିକି ଲୋକେ ପଡିଆ ଭିତରେ ପ୍ଲାଷ୍ଟିକ ଜରି କି ବଟଲ୍ ଏଣେତେଣେ ନ ପକାନ୍ତୁ । ସ୍ୱଚ୍ଛ ଭାରତ ଅଭିଯାନରେ ସଲିଡ ୱେଷ୍ଟ ମ୍ୟାନେଜମେଂଟ ଅଧୀନରେ ଏହି କାର୍ଯ୍ୟକ୍ରମ କରାଯାଉଛି ।
ସେପଟେ ଦୁଇଶହରୁ ଅଧିକ ପ୍ଲଟ୍ ପାଇଁ ୧୧୯ଜଣ ଆବେଦନକାରୀ ଆବେଦନ କରିଥିବାବେଳେ ୧୯ତାରିଖରେ ନିଲାମ ହେବ ପ୍ଲଟ୍। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଯେଉଁସବୁ ପ୍ଲଟ୍ ପାଇଁ ଜଣେ ଲେଖାଏଁ ଆବେଦନକାରୀ ରହିଛନ୍ତି ସେମାନଙ୍କୁ ସହମତି ଭିତ୍ତିରେ ପ୍ଲଟ୍ ଆବଣ୍ଟନ କରାଯିବାର ଯୋଜନା ରହିଛି ।
ଅନ୍ୟପଟେ ବାଲିଯାତ୍ରା ପୂର୍ବରୁ ହେବ 'ପ୍ରାକ୍- ବାଲିଯାତ୍ରା' ଉତ୍ସବ। ଏହି ଉତ୍ସବ ଚଳିତମାସ ୧୬ ତାରିଖରୁ ବାଲିଯାତ୍ରା ପଡିଆରେ ଆୟୋଜିତ ହେବ। ଯେଉଁଠି ମଂଚରେ ହଜିଯାଉଥିବା ଲୋକକଳାକୁ ପୁଣିଥରେ ପୁର୍ନଜୀବିତ କରାଯିବା ପାଇଁ ପାଲା, ଦାସକାଠିଆ, କେନ୍ଦୁରା, ଘୋଡାନାଚ ଭଳି ନୃତ୍ୟଗୀତର ଆସର ଜମିବ। ଯେଉଁଠି କଳାକାରମାନେ ସେହି ହଜିଯାଉଥିବା ନୃତ୍ୟ, ଗୀତ ପରିବେଷଣ କରିବେ। ଲୋକକଳା, ସଂସ୍କୃତିକୁ ଫେରାଇ ଆଣିବା ପାଇଁ ଏଭଳି ପ୍ରୟାସ ବାଲିଯାତ୍ରା ମାଧ୍ୟମରେ କରାଯାଉଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ନଳୀନିକାନ୍ତ ସାହୁ ସୂଚନା ଦେଇଛନ୍ତି।












Click it and Unblock the Notifications