ମାଗଣାରେ ଦେଖିପାରିବେ IPL ମ୍ୟାଚ୍‌: ହେଲେ କେମିତି ?

କ୍ରିକେଟ ପ୍ରଶଂସକଙ୍କ ପାଇଁ ଚମତ୍କାର ଅଫର । ଜିଓ ସିମ ୟୁଜର୍ସମାନେ ୨୯୯ ଟଙ୍କା କିମ୍ବା ତା'ଠାରୁ ଅଧିକ ମୂଲ୍ୟରେ ରିଚାର୍ଜ କଲେ ପୂରା ଆଇପିଏଲ ୨୦୨୫ ସିଜିନ ମାଗଣାରେ ଦେଖିପାରିବେ।

ସୂଚନାଯୋଗ୍ୟ, ଆଇପିଏଲର ପରବର୍ତ୍ତୀ ସିଜନ ମାର୍ଚ୍ଚ ୨୨ରୁ ମେ ୨୫ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ନାମେଣ୍ଟର ମୋଟ ୭୪ଟି ମ୍ୟାଚ ୧୩ଟି ସହରରେ ଖେଳାଯିବାକୁ ଥିବା ବେଳେ ଉଦଘାଟନୀ ଉତ୍ସବ କୋଲକାତାରେ ଅନୁଷ୍ଠିତ ହେବ। ଜିଓ ୨ଟି ପ୍ଲାନ ଜାରି କରିଛି ।

ବର୍ତ୍ତମାନଠାରୁ ମାର୍ଚ୍ଚ ୩୧ ମଧ୍ୟରେ ୨୯୯ ଟଙ୍କା କିମ୍ବା ତା'ଠାରୁ ଅଧିକ ରିଚାର୍ଜ କରୁଥିବା ବର୍ତ୍ତମାନର ୟୁଜର୍ସମାନେ ଏହି ଅଫରର ଲାଭ ଉଠାଇପାରିବେ । ଏହାବ୍ୟତୀତ ଯେଉଁମାନେ ନୂଆ ଜିଓ ସିମ ପାଇବେ ଏବଂ ମାର୍ଚ୍ଚ ୩୧ ସୁଦ୍ଧା ଅତି କମ୍‌ରେ ୨୯୯ ଟଙ୍କାରେ ରିଚାର୍ଜ କରିବେ ସେମାନଙ୍କୁ ମଧ୍ୟ ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ମିଳିବ।

watch IPL matches for free

କମ୍ପାନୀ ତରଫରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି, ଜିଓ ୟୁଜର୍ସଙ୍କୁ 'ଜିଓ ହଟଷ୍ଟାର'ର ୯୦ ଦିନର ମାଗଣା ସବ୍‌ସ୍କ୍ରିପସନ ମିଳିବ। ଆପଣ ଟିଭିରେ କିମ୍ବା ମୋବାଇଲରେ ମ୍ୟାଚ ଦେଖୁଛନ୍ତି, ତେବେ ଏହାର ଭିଡିଓ କ୍ୱାଲିଟି ୪କେ ବୋଲି ଦାବି କରାଯାଉଛି। କମ୍ପାନୀ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଏହି ଅଫର କେବଳ ମାର୍ଚ୍ଚ ୧୭ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀଙ୍କ କମ୍ପାନୀ ଜିଓ ଫାଇବର/ଏୟାର ଫାଇବର ପାଇଁ ୫୦ ଦିନର ମାଗଣା ସଂଯୋଗ ଘୋଷଣା କରିଛି ।

ଯେଉଁମାନେ ନୂଆ ପ୍ଲାନ କିଣିବେ ସେମାନେ ମାର୍ଚ୍ଚ ୨୨ରୁ ଏହାକୁ ସକ୍ରିୟ କରିବେ, ସେହିଦିନ ଆଇପିଏଲ ୨୦୨୫ ସିଜିନ କେକେଆର୍‌ ବନାମ ଆରସିବି ମ୍ୟାଚ ସହିତ ଆରମ୍ଭ ହେବ। ଯେହେତୁ ଆଇପିଏଲ ସିଜିନ୍‌ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଚାଲିବ, ତେଣୁ ସିଜିନ୍‌ ଶେଷ ହେବାର ଏକ ମାସ ପରେ ମଧ୍ୟ ଗ୍ରାହକମାନେ ମାଗଣା ସବ୍‌ସ୍କ୍ରିପସନ ପ୍ଲାନ ଉପଭୋଗ କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+