Get Updates
Get notified of breaking news, exclusive insights, and must-see stories!

ଅନଲାଇନ୍‌ରେ ହୋଇପାରେ ଯୁକ୍ତ ୨ ଖାତାଦେଖା !

ଚଳିତ ବର୍ଷରୁ ବଦଳିପାରେ ଯୁକ୍ତ ୨ ଖାତାଦେଖା ଢ଼ାଞ୍ଚା । ଚଳିତ ବର୍ଷ ଯୁକ୍ତ ୨ ଖାତା ଦେଖା ଅନଲାଇନ୍‌ରେ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କଳା ବିଭାଗ ଖାତାଦେଖା ପାଇଁ ପ୍ରସ୍ତୁତି କରାଯାଉଛି । ଚୂଡ଼ାନ୍ତ ପାଇଁ ବଜେଟ୍ ଫାଇନାଲ ହୋଇନାହିଁ । ବଜେଟ୍ ଆପ୍ରୁଭାଲ୍ ହେଲେ ସେନେଇ ନିଷ୍ପତି ନିଆଯାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Plus 2

ତେବେ ଅନଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ । ଆନୁସଙ୍ଗୀକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ । ଟାଇମ୍ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ନେଇ ବିଭାଗ ଯୋଜନା କରୁଛି, ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଆପ୍ରୁଭାଲ୍ ମିଳିଲେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ AI କ୍ୟାମେରା ପରୀକ୍ଷା ପ୍ରଶ୍ନପତ୍ର ଜଗିବ । ଗତଥର ବି ସିଏଚଏସଇ ପରୀକ୍ଷାରେ AI କ୍ୟାମେରା ଲାଗିଥିଲା । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ । ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୨ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ । ପ୍ରଶ୍ନପତ୍ର ଲିକ୍ ହେବ ନାହିଁ ବୋଲି ଏହି ବ୍ୟବସ୍ଥା କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+