ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ

ନୂଆ ଡିଜି ଭାବରେ ଦାୟିତ୍ଵ ନେଲେ ଯୋଗେଶ ବାହାଦୁର ଖୁରାନିଆ । ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଯୋଗେଶ ବାହାଦୁର ଖୁରାନିଆ ଶୁକ୍ରବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ନୂତନ ପୋଲିସ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି।

Yogesh Bahadur Khurania

ନବନିଯୁକ୍ତ ପୋଲିସ ଡିଜି ୱାଇ.ବି ଖୁରାନିଆ କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନ୍‌ର ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅତିରିକ୍ତ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ ସଡଙ୍ଗୀଙ୍କଠାରୁ ଖୁରାନିଆ ଦାୟିତ୍ୱ ଗ୍ରହଣ କହିଥିଲେ।

ସୂଚନା ଯୋଗ୍ୟ, ଖୁରାନିଆ ପୂର୍ବରୁ ଦୌତନଗରୀ ଭୁବନେଶ୍ୱର ଓ କଟକ କମିଶନରେଟ ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। ଏପରିକି ସେ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲାର ଏସପି ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସେ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ। ଓଡ଼ିଶା ପୋଲିସ ଡିଜି ଦାୟିତ୍ୱ ନେବା ପୂର୍ବରୁ ଖୁରାନିଆ ବିଏସ୍‌ଏଫର ସ୍ପେଶାଲ ଡିଜ ଭାବେ କାର୍ଯ୍ୟରତ ଥିଲେ।

ତେବେ ବିଏସଏଫ ସ୍ପେଶାଲ ଡିଜି ପଦରୁ ତାଙ୍କୁ ହଟାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଜମ୍ମୁ-କଶ୍ମିରରେ ଗତ ବର୍ଷେ ମଧ୍ୟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ବିଏସଏଫ ଡିଜି ନୀତିନ ଅଗ୍ରଓ୍ବାଲଙ୍କୁ ତାଙ୍କ ମୂଳ କ୍ୟାଡର କେରଳ ପଠାଯାଇଥିବା ବେଳେ ସ୍ପେଶାଲ ଡିଜି ଖୁରାନିଆଙ୍କୁ ଓଡ଼ିଶା ପଠାଯାଇଥିବା କୁହାଯାଉଛି।

ଓଡ଼ିଶାରେ ନୂଆ ସରକାର ଆସିଥିବା ବେଳେ ଆଇନ ଶୃଙ୍ଖଳା ସାଙ୍ଗକୁ ଗଞ୍ଜେଇ, ବ୍ରାଉନସୁଗାର ଭଳି ନିଶା ଚୋରାଚାଲାଣ, ସାଇବର କ୍ରାଇମ ଭଳି ଚ୍ୟାଲେଞ୍ଜ ନୂଆ ଡିଜିଙ୍କ ଆଗରେ ରହିବ। ତେବେ କେନ୍ଦ୍ରୀୟ ଡେପୁଟେଶନରେ ଯିବା ପୂର୍ବରୁ ଖୁରାନିଆ ଓଡ଼ିଶାରେ ବିଭିନ୍ନ ଦାୟିତ୍ବରେ ଦକ୍ଷତା ଦେଖାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+