Get Updates
Get notified of breaking news, exclusive insights, and must-see stories!

ବଦ୍ୟାଳୟରେ ଯୋଗ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୋଗ, ପ୍ରାଣାୟମ ଓ ବ୍ୟାୟାମ ଶରୀରକୁ ନିରୋଗ ରଖିବାର ଏକମାତ୍ର ମାଧ୍ୟମ ବୋଲି କୁହାଯାଇଛି । କର୍ମମୟ ବ୍ୟସ୍ତ ଜୀବନ ଭିତରେ ମଣିଷ ଯୋଗ, ପ୍ରାଣାୟମକୁ ଭୁଲି ଯାଉଥିବାବେଳେ ଅକାଳ ବାର୍ଦ୍ଧକ୍ୟ ଜାଣିଶୁଣି ଡାକି ଆଣିବା ସହ ରୋଗଗ୍ରସ୍ତ ହେଉଛି । ଦୈନିକ ଯୋଗ କରିବା ଦ୍ୱାରା ମାନସିକ ଚାପ, ଅବସାଦ କମିବା ସହ ଅଣ ସଂକ୍ରାମକ ରୋଗର ନିୟନ୍ତ୍ରଣରେ ଯୋଗର ଯଥେଷ୍ଟ ଭୂମିକା ରହିଛି ।

ବର୍ତ୍ତମାନ ସ୍କୁଲରେ ଏଣିକି ପିଲା କରିବେ ଯୋଗ ବା ପ୍ରାଣାୟମ । ସ୍କୁଲରେ ଯୋଗ ବା ପ୍ରାଣାୟମ ବାଧ୍ୟତାମୂଳକ ହେବ । ରାଜ୍ୟ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି ହୋଇଛି । ଗତ ମେ' ୬ ତାରିଖରେ କମିସନରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Yoga for School Students

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ବିଦ୍ୟାଳୟରେ ପ୍ରାର୍ଥନା ପରେ ୧୦ ମିନିଟ୍ ଯୋଗ କରିବେ ଛାତ୍ରଛାତ୍ରୀ । ଦଣ୍ଡାୟମାନ ଅବସ୍ଥାରେ ହୋଇପାରୁଥିବା ଯୋଗା ବା ପ୍ରାଣାୟମ କରିବେ । ଏଥିରୁ କିଛି ଛାତ୍ରଛାତ୍ରୀଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଚିହ୍ନଟ ହେବେ । ଜିଲ୍ଲା ସ୍ତରରେ ଭଲ ପ୍ରଦର୍ଶନ ଆଧାରରେ ସ୍କୁଲକୁ କିଟ୍ସ ପ୍ରଦାନ କରାଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+