ରାଜ୍ୟରେ ଗତକାଲି ବଜ୍ରପାତରେ ୧୨ ଜଣଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି

ଗତକାଲି ବଜ୍ରପାତରେ ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୪ ଜଣ ଆହତ ହୋଇଛନ୍ତି । ୮ ପଶୁ ମୃତାହତ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ, ବଲାଙ୍ଗିରରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଅନୁଗୁଳ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ମୃତ ହୋଇଛନ୍ତି ।

ସେହିପରି ବଲାଙ୍ଗୀରରୁ ସର୍ବାଧିକ ୮ ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧାରୁ ୩ ଜଣ, ଅନୁଗୁଳ, କଟକ ଓ ଗଞ୍ଜାମରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି । ଗଜପତିରୁ ୬ ଜଣ ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୧୧ଟି ଜିଲ୍ଲାରେ କ୍ଷତି ହୋଇଛି ।

RAIN

ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବା ନେଇ ଘୋଷଣା ହୋଇଛି । ସେହିପରି ପଶୁ ମୃତାହତର ଅନୁକମ୍ପାମୂଳକ ରାଶି ନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଶନିବାର କଟକ ମହାନଗର ନିଗମ ଅଞ୍ଚଳରେ ୯୫.୮ମିମି ବର୍ଷା ହୋଇଛି । ଖୋର୍ଦ୍ଧାରେ ୭୫, ଅନୁଗୁଳରେ ୨୬, ସୋନପୁର ଓ ଦାରିଙ୍ଗିବାଡ଼ିରେ ୨୭.୨, ମାଲକାନଗିରିରେ ୧୪.୪, ନୟାଗଡ଼ରେ ୧୬, ଯାଜପୁରରେ ୧୮, ନବରଙ୍ଗପୁରରେ ୧୬.୨ ଓ କେନ୍ଦ୍ରାପଡ଼ାରେ ୧୧.୨ମିମି ବର୍ଷା ହୋଇଛି ।

ଗତକାଲି ୩ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୨୬ମିମି ବର୍ଷା ରେକର୍ଡ ହୋଇଛି । ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ଭିତରେ ରାଜ୍ୟରେ ମୋଟ ୨୫୬୭୩ ବଜ୍ରପାତ ହୋଇଥିବା ସୂଚନା ମିଳିଛି ।

ଆସୁଛି ଆଉ ଏକ ଲଘୁଚାପ । ୧୪ ଜିଲ୍ଲାକୁ ପ୍ରବଳ ବର୍ଷା । ଆଗକୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+