ଆସନ୍ତାକାଲି ପ୍ରବଳ ବର୍ଷା, ୫ ଜିଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୫ ଜିଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହି ଜିଲାଗୁଡିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ରହିଛି । ଏହି ସବୁ ଜିଲାରେ ପ୍ରବଳ ବର୍ଷା ହେବ । ତେବେ ସତର୍କ ରହିବାକୁ ଜିଲା ପ୍ରଶାସନକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ଓ ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାଣ୍ଡିଂ ଜାରି ହୋଇଛି । ସେପଟେ ବର୍ଷା ସତ୍ତ୍ୱେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଚଳିତ ମୌସୁମୀ ଋତୁରେ ଏଯାଏ ୪୭୮.୮ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ଦୃଷ୍ଟିପାତ ପରିମାଣ ୫୨୬. ୪ ମିମି । ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟକ ବର୍ଷା ରେକର୍ଡ ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅଧୁକ, ୧୫ ଜିଲ୍ଲାରେ ସ୍ୱାଭାବିକ ଓ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ୩୧ରେ ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ବଢିବ ବର୍ଷାର ପରିମାଣ ।
ଅନ୍ୟପଟେ, ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲାଯିବା ପରେ ମହାନଦୀ ଜଳସ୍ତର ବଢୁଛି । କଟକ ମୁଣ୍ଡଳୀରେ ମହାନଦୀରେ ଜଳସ୍ତର କ୍ରମଗାତ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଗଲାଣି । ଆଜି ହୀରାକୁଦ ଡ୍ୟାମର ଜଳ ପତ୍ତନ ୬୧୮ ଫୁଟ ରହିଛି । ଏବେ ଡ୍ୟାମ ମଧ୍ୟକୁ ସେକେଣ୍ଡକୁ ୨ ଲକ୍ଷ ୫୭ ହଜାର ୫୫ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୪୭ ହଜାର ୬୨୮ ଘନଫୁଟ ଜଳ ନିଷ୍କାସିତ ହେଉଛି ।












Click it and Unblock the Notifications