ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି
Odisha Weather: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ୟେଲୋ ଓ୍ଵାର୍ଣ୍ଣିଂ ଜାରି Yellow Warning Alert For Thunderstorm At Different Region Across State
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ । ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ହେଲେ ବର୍ତ୍ତମାନ ରାଜ୍ୟରେ କୌଣସି ଘୂର୍ଣ୍ଣିବଳୟ ସକ୍ରିୟ କିମ୍ବା ମୌସୁମୀ ଟ୍ରଫ ଲାଇନ ମଧ୍ୟ ସକ୍ରିୟ ଅବସ୍ଥାରେ ନାହିଁ । ତେବେ ରବିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନାଗିରି ଓ କୋରପୁଟ ଆଦି ୨୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷାର ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଟ୍ୱିନ୍ ସିଟି ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଧ୍ୟାହ୍ନ ପରେ ଆକାଶ ଆଶିଂକ ମେଘୁଆ ରହିବା ସହ ଅପରାହ୍ନରେ ହାଲୁକା ବର୍ଷା ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।
#Warning for Day-1 & Day-2
— Meteorological Centre, Bhubaneswar (@mcbbsr) August 27, 2022
Day-3 to Day-5 : No Warning pic.twitter.com/XmvGREFpib












Click it and Unblock the Notifications