ସରିବାକୁ ବସିଛି ୨୦୨୧ ମସିହା, ପ୍ରମୁଖ ଘଟଣାବଳୀ ଜାଣିବାକୁ ପଢନ୍ତୁ ୱାନ ଇଣ୍ଡିଆ ପୋର୍ଟାଲ
ଭୁବନେଶ୍ବର: ସାରିବାକୁ ବସିଛି 2021। ଜାନୁୟାରୀରୁ ଡିସେମ୍ବର ଏହି ବାର ମାସ ମଧ୍ୟରେ ଘଟି ଯାଇଛି ଅନେକ ଘଟଣା ଓ ଦୁର୍ଘଟଣା। ରାଜ୍ୟ ଠାରୁ ଆରମ୍ଭ କରି ଦେଶ ଏବଂ ବିଶ୍ଵର କୋଣ ଅନୁକୋଣ ଘଟି ଯାଇଥିବା ବହୁ ପ୍ରମୁଖ ଘଟଣାବଳି ଗୁଡିକ ପୁଣି ମାନେ ପକାଇଦେବାକୁ ୱାନ ଇଣ୍ଡିଆ ପରିବାର ଆପଣମାନଙ୍କୁ ସହଯୋଗ କରିବ।

2021 ମସିହାରେ କରୋନାର ଡେଲ୍ଟା ଭାଇରସ, ଆଫଗାନିସ୍ତାନରେ ଶାସନର ପତନ ତଥା ଆତଙ୍କବାଦୀଙ୍କ ଶାସନ ଅକ୍ତିଆର ଭଳି ଅନ୍ତର୍ଜାତିକ ଘଟଣାବଳି ଠାରୁ ଆରମ୍ଭ କରି କୃଷି ଆନ୍ଦୋଳନ, ପଶ୍ଚିମ ବଙ୍ଗରେ ନିର୍ବାଚନ ଭଳି ଦେଶର ରାଜନୈତିକ ପରିଦୃଶ୍ୟକୁ ପୁଣି ଠାରେ ତାଜା କରିଦେବ ଆମର ଲେଖା। ସେହିପରି ଆମ ରାଜ୍ୟରେ ତିନି ତିନିଟି ବାତ୍ୟାର ଆଗମନ ଓ ପ୍ରସ୍ଥାନ ଠାରୁ ଆରମ୍ଭ କରି କୋବିଡ ଜନିତ ମୃତ୍ୟୁ, ବିଜୁ ସ୍ୱାସ୍ଥ୍ୟ କଲ୍ଯାଣରେ ସ୍ମାର୍ଟ କାର୍ଡ ବଣ୍ଟନ ତଥା ମାମିତା ମେହେର ଘଟଣାକୁ ନେଇ ଚଳ ଚଞ୍ଚଳ ରାଜନୈତିକ ଘଟଣା ମଧ୍ୟ ବିତି ଯାଇଛି ଏହି 2021 ମସିହାରେ । ଆସନ୍ତୁ ୱାନ ଇଣ୍ଡିଆ ପରିବାର ସହିତ ପାଳନ କରିବା ବିଦାୟ 2021 ଓ ସ୍ଵାଗତ 2022 ପର୍ବ।












Click it and Unblock the Notifications