Get Updates
Get notified of breaking news, exclusive insights, and must-see stories!

ବର୍ଷ ୨୦୨୨ STF ପାଇଁ ଥିଲା ଖୁବ୍ ସଫଳ: ୨୨କୋଟି ଟଙ୍କାର ବ୍ରାଉନସୁଗର ଜବତ, ୧୩୩ ଗିରଫ

ଓଡିଶା କ୍ରାଇମବ୍ରାଞ୍ଚର ଶାଖା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ପାଇଁ ବର୍ଷ ୨୦୨୨ ଥିଲା ଖୁବ୍ ସଫଳତାର ବର୍ଷ । ବିଭାଗ ପକ୍ଷରୁ ବାର୍ଷିକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ୨୦୨୨ ମସିହାରେ ଏସଟିଏଫ୍ ୭୫ଟି କେସ ରୁଜୁ କରିଥିବା ବେଳେ ୧୩୩ ଜଣ ଅ

ଭୁବନେଶ୍ୱର: ଓଡିଶା କ୍ରାଇମବ୍ରାଞ୍ଚର ଶାଖା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ପାଇଁ ବର୍ଷ ୨୦୨୨ ଥିଲା ଖୁବ୍ ସଫଳତାର ବର୍ଷ । ବିଭାଗ ପକ୍ଷରୁ ବାର୍ଷିକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ୨୦୨୨ ମସିହାରେ ଏସଟିଏଫ୍ ୭୫ଟି କେସ ରୁଜୁ କରିଥିବା ବେଳେ ୧୩୩ ଜଣ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି । ଯେଉଁଥିରେ ରାଜସ୍ଥାନର ଦୁଇ ଜଣ , ଦିଲ୍ଲୀର ଦୁଇ ଜଣ , ପଶ୍ଚିମବଙ୍ଗର ଦୁଇ ଜଣ , ମଧ୍ୟପ୍ରଦେଶର ଦୁଇ ଜଣ , ମହାରାଷ୍ଟ୍ର ଓ ବିହାରରୁ ଦୁଇ ଜଣ ଲେଖାଏଁ ଗିରଫ ହୋଇଥିଲେ ।

Odisha Crime Branch

ଚଳିତ ବର୍ଷ ଏସଟିଏଫ ଫୋକସରେ ଥିଲା ନିଶା କାରବାର, ବନ୍ୟପ୍ରାଣୀ ସ୍ମଗଲିଂ ସହ ଜାଲନୋଟ କାରବାର । ଚଳିତ ବର୍ଷ ୨୨ କେଜି ବ୍ରାଉନ ସୁଗାର, ୨୫୨୪ କେଜି ଗଂଜେଇ, ୨୦୨ ଗ୍ରାମ କୋକେନ, ୫୧୭ ଗ୍ରାମ ଅଫିମ, ୬୫ ଲକ୍ଷ ଟଙ୍କା ହୋଇଛି ଜବତ ।

ସେହିଭଳି ନିଶା ମାଫିଆଙ୍କର ୧୨ କୋଟି ୮୫ ଲକ୍ଷ ଟଙ୍କାର ସମ୍ପତି ଜବତ ବାଜ୍ୟାପ୍ତି କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏସଟିଏଫ । ଏଥିସହ ୨୨କେଜି ବ୍ରାଉନସୁଗାର, ୩୮ କୁଇଣ୍ଟାଲ ଗଂଜେଇ ନଷ୍ଟ କରିଛି ଏସଟିଏଫ । ବନ୍ୟପ୍ରାଣୀ ସ୍ମଗଲିଂ ବିରୁଦ୍ଧରେ ମଧ୍ୟ ଅପରେସନ ଜୋରଦାର କରିଥିଲା ତଦନ୍ତକାରୀ ଟିମ । ଚଳିତ ବର୍ଷ ସର୍ବାଧିକ ୧୪ କଳରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ ।

ସେହିଭଳି ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୨୨କେଜି ବଜ୍ରକାପ୍ତା କାତି, ୧୪ ତି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ ବାଘ ନଖ ସହ ୪୬ ଜଙ୍ଗଲୀ ଶୁଆ ମାଫିଆଙ୍କଠାରୁ ଜବତ ହୋଇଛି ।

ସେହିପରି ବେଆଇନ୍‌ ବନ୍ଧୁକ ଚାଲାଣ କରୁଥିବା ମାଫିଆଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏଥିରେ ୧୪ଟି ବନ୍ଧୁକ, ୬୦ ରାଉଣ୍ଡ ଅଫୁଟା ଗୁଳି ଓ ୮ଟି ମାଗାଜିନ୍‌ ଜବତ କରିଛି ଏସଟିଏଫ୍‌ ।

ସେହିପରି ୪୭ଲକ୍ଷ ୪୩ହଜାର ୧୦୦ ଟଙ୍କାର ନକଲି ନୋଟ୍‌ ଜବତ କରାଯାଇଛି । ସେପଟେ ଚୋରା ଖଣିଜଦ୍ରବ୍ୟ ଚାଲାଣ ରୋକିବା ଲାଗି ଏସ୍‌ଟିଏଫ୍‌ ତଦନ୍ତକୁ ତ୍ୱାରାନିତ କରିଛି । ୩୩୮ଟନ ପଥର କୋଇଲା, ୭୨ଟନ୍‌ କାଠ କୋଇଲା, ୭୩୦ଟନ୍‌ କ୍ରୋମାଇଟ ଓ ୩୧ଟନ ଅଷ୍ଟ୍ରେଲିଆନ କୋଇଲା ଜବତ ହୋଇଛି । ଏଥିସହ ୧୯୨୦ ବୋତଲ କଫସିରପ ଓ ୧୯୮ଟି ଗୋରୁକୁ ଉଦ୍ଧାର କରି ଗୋ-ଶାଳାକୁ ପଠାଇ ଦେଇଛି ଏସ୍‌ଟିଏଫ୍‌ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+