ବିପଦ ସଙ୍କେତ ଡେଇଁଲା ଯମୁନା ନଦୀ ଜଳସ୍ତର; ଲଗାଣ ବର୍ଷା ନେଇ ଆଲର୍ଟ ଜାରି

ବିପଦ ସଙ୍କେତ ଡେଇଁଲା ଯମୁନା ନଦୀ ଜଳସ୍ତର । ସକାଳ ସାଢ଼େ ୮ଟା ସୁଦ୍ଧା ୨୦୬ ମିଟର ଜଳ ପ୍ରବାହିତ। ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର । ଲଗାଣ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

ଆଜି ପ୍ରବଳ ବର୍ଷା ପାଇଁ ଦିଲ୍ଲୀ ଏବଂ ଏନସିଆରରେ ସ୍କୁଲ ବନ୍ଦ। ନୈନୀତାଲ, ଶିମଲା, ଚଣ୍ଡୀଗଡ଼, ଗାଜିଆବାଦ ଏବଂ ଗୌତମବୁଦ୍ଧ ନଗରରେ ଆଜି ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ। ଏହି ସବୁ ଅଂଚଳରେ ଲୋକଙ୍କୁ ସତର୍କ ରହିବାକୁ କହିଛି ପ୍ରଶାସନ। ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଛି ପ୍ରଶାସନ। ଗୁରୁଗ୍ରାମରେ ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେବେ ସ୍କୁଲ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ନୈନିତାଲରେ ଭୂସ୍ଖଳର ଭୟ ରହିଛି। ରାଜଧାନୀ ଦିଲ୍ଲୀରେ ତାଣ୍ଡବ ରଚିଛି ବର୍ଷା।

Yamuna river water level crosses danger mark

କ୍ରମାଗତ ବର୍ଷା ଯୋଗୁ ଦିଲ୍ଲୀ ଏନସିଆରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବିଶେଷ କରି ତଳିଆ ଅଞ୍ଚଳରେ ଅତି ଗୁରୁତର ସମସ୍ୟା ଉପୁଜିଛି। ଯମୁନା ତଟବର୍ତ୍ତୀ ଅଞ୍ଚଳରେ ସ୍ଥିତି ସଂଗୀନ ହୋଇଛି। ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବ୍ୟାରେଜରୁ ଜଳ ନିଷ୍କାସନ ଜାରି ରହିଥିବା ଯୋଗୁ ଜଳପତ୍ତନ ବୃଦ୍ଧି ହେବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+