ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ : ଏହି ସବୁ କାର୍ଯ୍ୟରୁ ରୁହନ୍ତୁ ନିବୃତ
ବାତ୍ୟା ସମୟରେ ଏହି ସମସ୍ତ କାର୍ଯ୍ୟରୁ ନିବୃତ ରୁହନ୍ତୁ । ଗୁଜବ ଦ୍ୱାରା ବିଭ୍ରାନ୍ତ ହୁଅନ୍ତୁ ନାହିଁ । ଜମିରେ ଥିବା କୁଡିଆ ଘର ଏବଂ ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ ।
ଭୁବନେଶ୍ୱର : ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ୟଶ । ପାରାଦ୍ୱୀପ ଠାରୁ 175 କି.ମି ଦୂରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଛି ୟଶ । ବାସୁଦେବପୁର-ବାହାନଗା ଭିତରେ ପୂର୍ବାହ୍ନରେ ଲ୍ୟାଣ୍ଡଫଲ କରିବ ୟଶ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ରହିବ 150ରୁ 165 କି.ମି । ବାଲେଶ୍ୱର, ମୟୁରଭଞ୍ଜ ମଧ୍ୟ ଦେଇ ଓଡ଼ିଶା ଅତିକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ବାତ୍ୟା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଳିଆ ଅଞ୍ଚଳରୁ ଉଦ୍ଧାର କାର୍ଯ୍ୟା ଜାରି ରଖିଛନ୍ତି । ବାତ୍ୟା ୟଶ ପାଇଁ ବହୁମୁଖୀ ଆଶ୍ରୟସ୍ଥଳ ଓ ଅନ୍ୟାନ ପକ୍କା ଗୃହକୁ ମିଶାଇ 6891ଟି ଆଶ୍ରୟସ୍ଥଳ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି ।

ଏଥିମଧ୍ୟରୁ 5523 ଆଶ୍ରୟସ୍ଥଳୀକୁ ଏବେ ସୁଦ୍ଧା 2.5 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଆଶ୍ରୟସ୍ଥଳୀ ଗୁଡିକରେ ମାସ୍କ ବଣ୍ଟନ, ଖାଦ୍ୟ, ପାନୀୟଜଳ, ସାବୁନ ଓ ସାନିଟାଇଜର୍ ଇତ୍ୟାଦିର ବ୍ୟବସ୍ଥା କରାଯାଇଥିବା ନେଇ କହିଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ବାତ୍ୟା ସମୟରେ ଅନେକ ଛୋଟ ଅସବଧାନତା ଆପଣଙ୍କୁ ବିପଦରେ ପକାଇ ପାରେ । ଜାଣରଖନ୍ତୁ ବାତ୍ୟା ୟାସ ହେଉ ଅବା ବାତ୍ୟା ଏହି ସମସ୍ତ କାର୍ଯ୍ୟରୁ ନିଜକୁ ନିବୃତ ରଖନ୍ତୁ ।
- ଗୁଜବ ଦ୍ୱାରା ବିଭ୍ରାନ୍ତ ହୁଅନ୍ତୁ ନାହିଁ
- ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଠାରୁ ସୂଚନା ନପାଇବା ପର୍ଯ୍ୟନ୍ତ ଆଶ୍ରୟସ୍ଥଳ ଛାଡନ୍ତୁ ନାହିଁ
- ସ୍ଥିର-ପାଗ ସମୟରେ ନିରାପଦ ସ୍ଥାନ ଛାଡନ୍ତୁ ନାହିଁ
- ଲ୍ୟାମ୍ପ ପୋଷ୍ଟରୁ ଝୁଲୁଥିବା ବିଦ୍ୟୁତ ତାରକୁ ସ୍ପର୍ଶ କରନ୍ତୁ ନାହିଁ
- ବାତ୍ୟା ସମୟରେ କୀଟନାଷକ ଏବଂ ସାର ପ୍ରୟୋଗକୁ ସ୍ତଗିତ ରଖନ୍ତୁ
- ଅମଳ ହୋଇସାରିଥିବା ପନିପରିବା ଓ ଫସଲକୁ ବାହାରେ ଖୋଲା ଜମିରେ ପଡିବାକୁ ଦିଅନ୍ତୁ ନାହିଁ
- ମତ୍ସ୍ୟଜିବୀମାନେ ବାତ୍ୟା ସମୟରେ ସମୁଦ୍ରକୁ ଯାଆନ୍ତୁ ନାହିଁ
- ପଶୁପକ୍ଷୀଙ୍କୁ ବାହାରକୁ ଚରିବାକୁ ଛାଡନ୍ତୁ ନାହିଁ
- ଜମିରେ ଥିବା କୁଡିଆ ଘର ଏବଂଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ












Click it and Unblock the Notifications