PM Modi Visit to Odisha: ବାତ୍ୟା 'ୟଶ' କ୍ଷୟକ୍ଷତି ଭରଣା କରିବ ଓଡିଶା

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ସମୀକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଗତ 26 ତାରିଖରେ ଓଡିଶାରେ ପ୍ରଳୟ ରଚିଛି ବାତ୍ୟା ୟଶ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ସମୀକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି। ଗତ 26 ତାରିଖରେ ଓଡିଶାରେ ପ୍ରଳୟ ରଚିଛି ବାତ୍ୟା ୟଶ ।

pm modi

ଅଧିକ ପଢନ୍ତୁ:

May 28, 2021, 3:07 pm IST

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଓ ବାତ୍ୟା ସମୀକ୍ଷା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌: ୟାସ୍‌ କ୍ଷତି ଭରଣା ପାଇଁ କେନ୍ଦ୍ର ସବୁ ସହାୟତା ଯୋଗାଇଦେବ, କ୍ଷତି ଭରଣା ପାଇଁ ରାଜ୍ୟ ସହ ମିଶି କାର୍ଯ୍ୟ କରିବ କେନ୍ଦ୍ର, ପ୍ରାକୃତିକ ବିପତ୍ତିର ମୁକାବିଲା ଲାଗି ଓଡ଼ିଶାକୁ ଶକ୍ତିଶାଳୀ କରାଯିବ ।
May 28, 2021, 2:16 pm IST

' ଧନ୍ୟବାଦ ମାନ୍ୟବର ପ୍ରଧାନମନ୍ତ୍ରୀ '

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।
May 28, 2021, 2:13 pm IST

ବାତ୍ୟା କ୍ଷତିଭରଣା ନିଜେ କରିବ ରାଜ୍ୟ

ବାତ୍ୟା ୟଶ ର କ୍ଷତିଭରଣା ଭରିବେ ରାଜ୍ୟ ସରକାର । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ କହିଲେ, କରୋନା ମହାମାରୀ ଦୃଷ୍ଟିରୁ ତୁରନ୍ତ ସହାୟତା ମାଗିନୁ, କେନ୍ଦ୍ର ଉପରେ ତୁରନ୍ତ ଆର୍ଥିକ ବୋଝ ଲଦିବାକୁ ଚାହିଁନୁ । ଆମ ନିଜସ୍ବ ସମ୍ବଳ ଦ୍ବାରା ଆମେ ବାତ୍ୟା ର କ୍ଷତିଭରଣା କରିବାକୁ ଚେଷ୍ଟା କରିବୁ ।
May 28, 2021, 12:45 pm IST

ପ୍ରଧାନମନ୍ତ୍ରୀଙ୍କ ବୈଠକ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା, ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଏବେ ଏରିଏଲ ସର୍ଭେ କରୁଛନ୍ତି, ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ସଂଧ୍ୟା ସୁଦ୍ଧା ସହାୟତା ଘୋଷଣା କରିବେ ।
May 28, 2021, 12:38 pm IST

ପ୍ରଧାନମନ୍ତ୍ରୀଙ୍କ ସହ ବାତ୍ୟା ସମୀକ୍ଷା ପରେ ଏସଆରସିଙ୍କ ପ୍ରତିକ୍ରିୟା । ବାତ୍ୟା କ୍ଷୟକ୍ଷତିକୁ ନେଇ ୮ ମିନିଟର ଭିଡିଓ ପ୍ରଦର୍ଶନ କରାଗଲା । କ୍ଷୟକ୍ଷତି ବାବଦ ଅର୍ଥ ରାଶି ଆମେ ବର୍ତ୍ତମାନ କେନ୍ଦ୍ରକୁ କିଛି ମାଗିନାହୁଁ । କ୍ଷୟକ୍ଷତିର ଆକଳନ ଚାଲିଛି ।
May 28, 2021, 12:36 pm IST

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାରେ ଦୀର୍ଘସୂତ୍ରୀ ସମାଧାନ ଚାହିଁଲା ଓଡ଼ିଶା, ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ, ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍ ବ୍ୟବସ୍ଥା ସହିତ ଉପକୂଳର ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ଦାବି ।
May 28, 2021, 12:33 pm IST

ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରୁଛନ୍ତି ପ୍ରଧାନମନ୍ତ୍ରୀ

ବାତ୍ୟା ସମୀକ୍ଷା ପରେ ଏରିଏଲ ସର୍ଭେରେ ଗଲେ ପ୍ରଧାନମନ୍ତ୍ରୀ, ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବୁଲି ଦେଖିବେ ।
May 28, 2021, 12:27 pm IST

ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ । ଓଡିଶା ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଅଞ୍ଚଳରେ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।
May 28, 2021, 12:24 pm IST

ସରିଲା ବାତ୍ୟା ସମୀକ୍ଷା ବୈଠକ

ସରିଲା ବାତ୍ୟା ସମୀକ୍ଷା ବୈଠକ
ପାଖାପାଖି ଘଣ୍ଟାଏ ଧରି ଚାଲିଲା ସମୀକ୍ଷା ବୈଠକ । ଏରିଏଲ ସର୍ଭେରେ ଯିବେ ପ୍ରଧାନମନ୍ତ୍ରୀ । ବାଲେଶ୍ବର ଓ ଭଦ୍ରକ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ।
May 28, 2021, 12:19 pm IST

ସରିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକ; ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ, ଡିଜିପି ଓ ଏସ୍‌ଆର୍‌ସି ପ୍ରମୁଖ ଉପସ୍ଥିତ ଥିଲେ
May 28, 2021, 12:17 pm IST

ଭୁବନେଶ୍ୱର ଏୟାରପୋର୍ଟରେ ସମୀକ୍ଷା କରୁଛନ୍ତି ମୋଦି। ବୈଠକରେ ଅଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ। ସମୀକ୍ଷା ବୈଠକ ପରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ।
May 28, 2021, 12:13 pm IST

ସରିଲା ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା ବୈଠକ। ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କଲେ ମୋଦି
May 28, 2021, 11:59 am IST

ଓଡିଶାରେ ମୋଦୀ

ଭୁବନେଶ୍ୱର ଏୟାରପୋର୍ଟରେ ମୋଦିଙ୍କ ସମୀକ୍ଷା। ବୈଠକରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଉପସ୍ଥିତ।
May 26, 2021, 5:17 pm IST

ବାଲେଶ୍ୱର ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କରିଛନ୍ତି ଗସ୍ତ । ବାଲେଶ୍ୱରରେ ପୁନରୁଦ୍ଧାର କାର୍ଯ୍ୟର କରିବେ ତଦାରଖ ।
May 26, 2021, 4:59 pm IST

ବାତ୍ୟା ପରିସ୍ଥିତର ସୀମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । 6 ଟା 30ରେ ହେବାକୁ ଥିବା ସମାକ୍ଷା ବୈଠକରେ ଶାସନ ସଚିବ, ଏସ୍ଆରସି ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିବେ ।
May 26, 2021, 4:33 pm IST

ବାତ୍ୟା ୟଶରେ ଆସିବାରୁ ଯିବା ଯାଏଁ ଏଭଳି ଥିଲା ଓଡ଼ିଶାର ଦୃଶ୍ୟ

ବୁଧବାର ସକାଳୁ 9ଟାରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ୟଶ । ଧାମରାରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବା ପରେ ମୟୁରଭଞ୍ଜ ଦେଇ ଯାଇଥିଲା ୟଶ । ୟଶ ଆସିବା ପୂର୍ବରୁ ଓ ପରେ ପରେ ଏହାକୁ ମୁକାବିଲା କରିବାକୁ ବ୍ୟାପକ ପ୍ରସ୍ତୁତି କରିଥିଲେ ରାଜ୍ୟ ସରକାର ।
May 26, 2021, 4:08 pm IST

ଖଇରା ଓ ନୀଳଗିରି ଅଞ୍ଚଳରେ ପଶିଛି ପାଣି । ନଷ୍ଟ ହୋଇଛି ଚାଷ ଜମି ।
May 26, 2021, 4:07 pm IST
ଓଡ଼ିଶା

ବନ୍ୟା ଓ ବାତ୍ୟା ପାଇଁ ଜାରି ହେଲା ହେଲ୍ପଲାଇନ୍ ନମ୍ବର ।
May 26, 2021, 4:06 pm IST
ଓଡ଼ିଶା

ଏନଡିଆରଏଫ୍ ପକ୍ଷରୁ ଭଦ୍ରକରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି ।
May 26, 2021, 3:52 pm IST
ଓଡ଼ିଶା

ବାତ୍ୟା ୟଶକୁ ନେଇ ଦଳୀୟ ନେତାଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
May 26, 2021, 3:35 pm IST
ପଶ୍ଚିମବଙ୍ଗ

ଭାରତୀୟ ସେନା ପକ୍ଷରୁ ପଶ୍ଚିମବଙ୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
May 26, 2021, 3:22 pm IST

ବାତ୍ୟା ପରେ ସଫା ହେଉଛି ରାସ୍ତା । ଅଗ୍ନିଶମ କର୍ମଚାରୀମାନେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
May 26, 2021, 1:58 pm IST

ବାତ୍ୟା ପରେ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ଗଛ ଭାଙ୍ଗିପଡ଼ିଥିବାରୁ ODRAF ଦଳ ଏହାକୁ ସଫା କରୁଛନ୍ତି ।
May 26, 2021, 1:41 pm IST

କରଞ୍ଜିଆ ବ୍ଲକର ବାଟାପାଲାସା ଆର ଡି ରାସ୍ତାରେ କେଜେଏ ଏଫଏସ୍ ପର୍ସନାଲଙ୍କ ଦ୍ୱାରା ବଡ ବଡ ଗଛ କାଟିବା କାର୍ଯ୍ୟ ଚାଲିଛି । ବର୍ତ୍ତମାନ ଯାନବାହନ ଚଳାଚଳ ପାଇଁ ରାସ୍ତା ସଫା କରାଯାଇଛି ।
May 26, 2021, 1:07 pm IST

ସାଇକ୍ଲୋନ୍ ସମୟରେ ମଧ୍ୟରେ ସୁଦ୍ଦା ମେଡିକାଲ୍ ଅମ୍ଳଜାନର ସୁଗମ ପରିବହନକୁ ସୁଗମ କରିବାରେ ଆଉଟ୍ ଡ୍ରାଇଭ୍ ଜାରି ରହିଛି |
May 26, 2021, 1:05 pm IST

ବାତ୍ୟା ଅପଡେଟ୍ ନେଇ ଏସଆରସିଙ୍କ ସୂଚନା, ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ରେମୁଣାରେ ପବନର ବେଗ କମିଛି ।
May 26, 2021, 12:39 pm IST

ବାତ୍ୟା ମଧ୍ୟରେ ମେଡିକାଲ ଅମ୍ଳଜାନର ପରିବହନ ଜାରି ରହିଛି | ଅନୁଗୁଳରୁ ହାଇଦ୍ରାବାଦ ଏବଂ ବିଶାଖାପାଟନମ୍ ଅଭିମୁଖେ 4 ଟି ଅମ୍ଳଜାନ ଟ୍ୟାଙ୍କର୍ କୁ ଯାଜପୁର ରୁ ଭୁବନେଶ୍ୱର ଏବଂମ ବ୍ରହ୍ମପୁର ପର୍ଯ୍ୟନ୍ତ ଓଡିଶା ପୋଲିସ ସହାୟତାରେ ପଠଯାଉଛି ।
May 26, 2021, 12:35 pm IST

ବାଲେଶ୍ୱ ଚଉମୁକା ଅଞ୍ଚଳରେ ପଶିଲା ସମୁଦ୍ର ପାଣି । ଲୋକ ଜଳଘେରରେ ।
May 26, 2021, 12:33 pm IST

ମୟୂରଭଞ୍ଜ ଜିଲ୍ଲାର ମୋରାଡା, ରସଗୋବିନ୍ଦପୁର ଏବଂ ବେତନଟି ଅଞ୍ଚଳରେ ପଡିଥିବା ଗଛଗୁଡିକୁ ହଟାଇ ପାଇଁ ରାସ୍ତା କ୍ଲିୟରାନ୍ସ କାର୍ଯ୍ୟ ଜୋରସୋରରେ ଚାଲିଛି ।
May 26, 2021, 12:22 pm IST

ରାଇରଙ୍ଗପୁର ଟାଉନ୍ PS କର୍ମଚାରୀମାନେ ଅସୁରକ୍ଷିତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି |
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+