ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତରଫରୁ ପ୍ରସ୍ତୁତ କରାଯାଉଛି ଜାତୀୟ ପତାକା
Mission Shakti :ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତରଫରୁ ପ୍ରସ୍ତୁତ କରାଯାଉଛି ଜାତୀୟ ପତାକା
ଗଞ୍ଜାମ: ଆସନ୍ତ ୧୫ ତାରିଖରେ ଦେଶ ପାଳନ କରିବ ୭୬ତମ ସ୍ୱାଧୀନତା ଦିବସ । ଯେଉଁଥି ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଗାଁଠୁ ସହର ନଗରଠୁ ମହାନଗର ସବୁଠି ସ୍ୱାଧୀନତା ଦିବସ ନେଇ ଉତ୍ସାହ ଦେଖିବା ପାଇଁ ମିଳୁଛି । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ହୋଇ ଉଡ଼ିବ ତ୍ରିରଙ୍ଗା । ଏବେଠୁ ବିଭିନ୍ନ ଦୋକାନରେ ଜାତୀୟ ପତାକା ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି । ସ୍ୱାଧୀନତା ଦିବସ ପାଇଁ ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ତରଫରୁ ପ୍ରସ୍ତୁତ କରାଯାଉଛି ଜାତୀୟ ପତାକା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପୋଡାମାରି ଗାଁରେ ଥିବା ଜୟ ବଜାରଙ୍ଗୀ ଏସଏଚଜି ମହିଳାମାନେ ତ୍ରିରଙ୍ଗା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଅଗଷ୍ଟ ୧୫ ତାରିଖ ପୂର୍ବରୁ ପ୍ରସ୍ତୁତ କରିଥିବା ତ୍ରିରଙ୍ଗା ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବେ । ୩୨ ଜଣ ମହିଳା ପ୍ରାୟ ୫ ଲକ୍ଷ ପାଖାପାଖି ତ୍ରିରଙ୍ଗା ତିଆରି କରିବାରେ ଅର୍ଡର ଦିଆଯାଇଛି ।

ମିଶନଶକ୍ତି ମାଧ୍ୟମରେ ଜୟ ବଜାରଙ୍ଗୀ ମହିଳା ସଙ୍ଘ ସ୍ଥାପନ କରିବା ସହ ସ୍ଥାନୀୟ ପ୍ରସାଶନ ସହଯୋଗରେ ଗାଁର ଏକ କଲ୍ୟାଣି ମଣ୍ଡପରେ ଦୁଇବର୍ଷ ହେଲା କାମ କରି ଆସୁଛନ୍ତି । ପୂର୍ବରୁ ଅଙ୍ଗନବାଡି ଓ ବିଦ୍ୟାଳୟର ପିଲାମାନଙ୍କ ପାଇଁ ପୋଷାକ ତିଆରି କରିବା ସହ ଧାନମଣ୍ଡି ନିଜ ହାତକୁ ନେଇ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା ମାନେ । ଜାତୀୟ ପତାକା ତିଆରି କରି ବେଶ୍ ଖୁସ ଅଛନ୍ତି ମହିଳା ମାନେ । ଏହାର ବିକ୍ରିରୁ ଟଙ୍କା ରୋଜଗାର କରି ସ୍ୱାବଲମ୍ବି ହୋଇପାରୁଛନ୍ତି ମହିଳା ମାନେ । ଯେଉଁଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ମହିଳା ସ୍ବୟଂ ସହାୟକ ସଂଘର ମହିଳାମାନେ ।












Click it and Unblock the Notifications