ଓଡ଼ିଶାରେ ନିର୍ମାଣ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ, ମିଳିବ ୧୪ ହଜାର ନିଯୁକ୍ତି
ଚୀନ ପରେ ଓଡ଼ିଶାରେ ନିର୍ମାଣ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ମିଳିବ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମ ନିଯୁକ୍ତି । ୱାରି ଗ୍ରୁପ ନିବେଶ କରିବ ୨୫ ହଜାର କୋଟି ଟଙ୍କା । ସ୍ଥାପନ ହେବ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମ
ଭୁବନେଶ୍ବର: ଚୀନ ପରେ ଓଡ଼ିଶାରେ ନିର୍ମାଣ ହେବ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ । ମିଳିବ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମ ନିଯୁକ୍ତି । ୱାରି ଗ୍ରୁପ ନିବେଶ କରିବ ୨୫ ହଜାର କୋଟି ଟଙ୍କା । ସ୍ଥାପନ ହେବ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମୋଡୁଲ ପ୍ଲାଣ୍ଟ । ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ସ୍ଥାପନ ହେବ ଏହି ପ୍ଲାଣ୍ଟ ।

ସେହିପରି ଫୁଡ୍ ପ୍ରୋସେସିଂ ପଲିସି ଉନ୍ମୋଚନ ହୋଇଛି। ସରକାର ଏହି ପଲିସି ଅଧିନରେ ନିବେଶକଙ୍କୁ ୩୦% ବା ସର୍ବାଧିକ ୩.୫ କୋଟି ଟଙ୍କାର ସବସିଡି ଦେବେ । ନିବେଶକ ମାନେ ସ୍ଵତନ୍ତ୍ର ବର୍ଗରେ ଆଉ ୫% ରିହାତି ପାଇବେ। ସୋଲାର ପାୱାର ଭିତ୍ତିକ ଶିଳ୍ପ କଲେ ଅତିରିକ୍ତ ୫% ରିହାତି ମିଳିବ । ମେଗା ଫୁଡ ପାର୍କ ଲାଗି ୧୫ କୋଟି ଟଙ୍କା ଯାଏଁ ସବସିଡି ମିଳିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୨୧ଟି ସଂସ୍ଥା ୧୪୪୩ କୋଟି ଟଙ୍କାର ନିବେଶ ଆଗ୍ରହ ଦେଖାଇଛନ୍ତି । ଏହାଯୋଗୁଁ ପାଖାପାଖି ୧୦ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଉଲ୍ଲେଖଥାଉ କି, ଭୁବନେଶ୍ଵରରେ ଚାଲିଥିବା ମେକ୍ ଇନ ଓଡ଼ିଶା କନକ୍ଲେଭର ଆଜି ତୃତୀୟ ଦିନ । ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ । କନକ୍ଲେଭରେ ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥା ନିକଟରୁ ସମୁଦାୟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି । ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏନେଇ ଆଜି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ।
ଆଜି ଫୋକସରେ ଥିଲା ଟେକ୍ସଟାଇଲ, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ସେକ୍ଟର । କେବଳ ଆଜି ଗୋଟିଏ ଦିନରେ ( ଶୁକ୍ରବାର ) ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ।












Click it and Unblock the Notifications