ବିଶ୍ୱ ଜଳ ଦିବସ ସମାରୋହ: ଆଗାମୀ ୫ ବର୍ଷ ସୁଦ୍ଧା ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ବିଶ୍ୱ ଜଳ ଦିବସ ସମାରୋହ ୨୦୨୫ ଅବସରରେ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି ।
ଜଳ ବିନା ଜୀବନ ସୃଷ୍ଟି ହେବା ଅସମ୍ଭବ। ଆଗାମୀ ଦିନରେ କିଭଳି ଜଳ ସଂରକ୍ଷଣ ଓ ଜଳ ପରିଚାଳନାର ସୁବନ୍ଦୋବସ୍ତ ହୋଇପାରିବ, ତାକୁ ଗୁରୁତ୍ୱ ଦେଇ ସେ ଦିଗରେ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଆଗାମୀ ୫ ବର୍ଷ ଅର୍ଥାତ ୨୦୨୯ ସୁଦ୍ଧା ଅତିରିକ୍ତ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରହିଛି। ଲୋକଙ୍କ ସରକାର, ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି।
ଏଥିସହିତ ପଟୁ ଜମି ଯାଇଥିବା ଓ ପ୍ରଦୂଷିତ ନଦୀ ନାଳଗୁଡ଼ିକର ପୁନରୁଦ୍ଧାର କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଳ ସଂରକ୍ଷଣ, ଘରୋଇ ବ୍ୟବହାରରେ ଜଳ ଅପବ୍ୟବହାର ରୋକିବା, କୃଷି ଓ ଶିଳ୍ପ କ୍ଷେତ୍ରରେ ଜଳର ସୁବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୮୦ କୋଟି ଟଙ୍କା ବ୍ୟୟରେ ୨୦ଟି ଜିଲ୍ଲା ପାଇଁ କରାଯାଇଥିବା ୧୦୦ ଟି check damକୁ ଲୋକାର୍ପଣ କରିବା ସହ ୪ ଗୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯଥା କେନ୍ଦୁଝର ଜିଲ୍ଲାର ଘାସିଡ଼ିହି MIP, ଗଞ୍ଜାମ ଜିଲ୍ଲାର ବିଲୁଆମରା MIP, ଗଜପତି ଜିଲ୍ଲାର କୁରଲଣ୍ଡା MIP ଏବଂ ମୟୂରଭଞ୍ଜ ଜିଲ୍ଲାର ବାଘିଆ MIP ର ୬୧.୫୩ କୋଟି ବ୍ୟୟରେ ହୋଇଥିବା ଭୂତଳ Pipeline Network ମଧ୍ୟ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାର ୨୭,୩୩୭ ହେକ୍ଟର ଉଚ୍ଚ ଚାଷଜମିକୁ ଜଳସେଚନ କରାଯିବା ପାଇଁ ୧,୨୨୭କୋଟି ଟଙ୍କା ମୂଲ୍ୟର ୧୮ଟି ବୃହତ ଉଠା ଜଳସେଚନ ଯୋଜନାର ଶିଳାନ୍ୟାସ କରିବା ସହ "Go-Water" ERP App ର ଶୁଭାରମ୍ଭ ମଧ୍ୟ କରିଛନ୍ତି।












Click it and Unblock the Notifications