ଆଜି ବିଶ୍ୱ ନାଟ୍ୟ ଦିବସ: କଣ ରହିଛି ଇତିହାସ ?
ବିଶ୍ୱ ନାଟ୍ୟ ଦିବସ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଦ୍ୱାରା ପ୍ରତିବର୍ଷ ମାର୍ଚ୍ଚ ମାସ ୨୭ ତାରିଖରେ ପାଳନ କରାଯାଏ । ୧୯୬୧ ମସିହାରୁ ଏହା ପାଳିତ ହୋଇ ଆସୁଛି ।
୧୯୬୧ ମସିହାରେ 'ଅର୍ଭୀ କିଭିମା' ବିଶ୍ୱ ନାଟ୍ୟ ଦିବସ ପାଳନ କରାଯିବା ନେଇ ପ୍ରସ୍ତାବ ରଖିଥିଲେ । ସେହି ବର୍ଷରୁ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଦ୍ୱାରା ପାଳିତ ହେଉଛି । ଏହା ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନର ବିଭିନ୍ନ ଦେଶରେ ଥିବା ସାଖା ଓ ଆନ୍ତର୍ଜାତୀୟ ନାଟ୍ୟ କର୍ମୀମାନଙ୍କଦ୍ୱାରା ପାଳନ କରାଯାଏ । ଏହି ଅବସରରେ ବିଭିନ୍ନ ନାଟ୍ୟ ସମ୍ପାନ ଆଦି ଆୟୋଜନ କରାଯାଏ ।
ବିଶ୍ୱର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ନାଟକ ଓ ବିଶ୍ୱ ଶାନ୍ତିଉପରେ ନିଜର ସଂଦେଶ ପ୍ରଦାନ କରିଥାନ୍ତି ଓ ଏହି ସଂଦେଶ ବିଶ୍ୱବ୍ୟାପି ପ୍ରେରଣ କରାଯାଇଥାଏ । ୧୯୬୨ ମସିହାରେ ପ୍ରଥମ କରି ଏହି ସଂଦେଶ ପ୍ରଦାନ କରିଥିଲେ ଫ୍ରାନ୍ସର 'ଜୀନ କକଟ୍ୟେୟୁ' ।

ଗାଁ ଠୁ ସହର, ସହରରୁ ରାଜଧାନୀ । ମନୋରଞ୍ଜନ କଥା ଆଲୋଚନା ହେଲେ, ପ୍ରଥମେ ମନକୁ ଆସେ "ମଞ୍ଚ ନାଟକ"ର କଥା । ସେ "ଏକମୁଖୀ ରଙ୍ଗମଞ୍ଚ" ହେଉ କି' "ଖୋଲା ରଙ୍ଗମଞ୍ଚ" । ଅବଶ୍ୟ ଆଜିର ଦିନରେ, ଏହି ମଞ୍ଚ ନାଟକର ତରିକା ବଦଳିଛି । ଆଧୁନିକରୁ ଅତ୍ୟାଧୁନିକ ହୋଇଛି । ସିନେମା, ଦୂରଦର୍ଶନ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଯେତେବି ମନୋରଞ୍ଜନ ହେଉ ସବୁ ସତ୍ୱେ ମଞ୍ଚ ନାଟକ ପ୍ରତି ଏବେବି ଅନେକଙ୍କର ନିଆରା ରୁଚି ରହିଛି । ଅନେକ ପ୍ରତିକୂଳ ପରିସ୍ଥିତିର ପାହାଚ ଡେଇଁ ତିଷ୍ଠି ରହିଛି ନାଟକ ଓ ନାଟ୍ୟ-ଅନୁଷ୍ଠାନ ।
ଓଡ଼ିଶାରେ ମଞ୍ଚ ନାଟକର ଅନ୍ତୁଡ଼ି ଶାଳ ଅନ୍ନପୂର୍ଣ୍ଣା ଥିଏଟର ଏହାର ଅସ୍ତିତ୍ୱ ହରାଇଛି । ହଜାର ହଜାର କଳାକାରଙ୍କର ଜନ୍ମ ଏଇଠି । ଦିନ ଥିଲା ଏଠାରେ ବର୍ଷକ ବାର ମାସ କୋଳାହଳ ଲାଗି ରହୁଥିଲା । ଟିକଟ୍ କିଣି ନାଟକ ଦେଖିବାକୁ ଦର୍ଶକ ଲମ୍ବା ଧାଡ଼ି ଲଗାଉଥିଲେ । ନାଟକରେ ଏକ ଚରିତ୍ର ପାଇବାକୁ କଳାକାରଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଥିଲା । ନାଟକ ମାଧ୍ୟମରେ ଭଲ ଦୁଇ ପଇସା ରୋଜଗାର କରି କଳାକାରମାନେ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ କିଛି ବର୍ଷ ତଳର ଏହି ବାସ୍ତବତା ଏବେ ସାତସପନ ପାଲଟିଛି । ମଞ୍ଚ କଳାକାରଙ୍କୁ ଦାନାପାଣି ଯୋଗାଉଥିବା ପୁରୀ "ଅନ୍ନପୂର୍ଣ୍ଣା ଥିଏଟର' ଭଗ୍ନସ୍ତୁପ ସଦୃଶ୍ୟ ଠିଆ ହୋଇଛି । ଜରାଜୀର୍ଣ୍ଣ ଅନ୍ନପୂର୍ଣ୍ଣା ପୁରୁଣା ଅତୀତକୁ ମନେ ପକାଇ ଗୁମୁରି କାନ୍ଦୁଛି । ଏହା ମଧ୍ୟରେ ରହୁଥିବା ୭-୮ଟି କଳାକାର ପରିବାର ଏହାର ଅନ୍ତଃସ୍ୱର ସାଜିଛନ୍ତି । ନିଇତି ଦର୍ଶକଙ୍କୁ ହସ, ଲୁହ ଆଉ କୋହ ଭେଟି ଦେଉଥିବା ଅନ୍ନପୂର୍ଣ୍ଣା












Click it and Unblock the Notifications