Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ପଖାଳ ଦିବସ: ମହକିବ ପଖାଳ କଂସାର ବାସ୍ନା, ପ୍ରତି ଓଡ଼ିଆଙ୍କ ପରିଚୟ ପଖାଳ

World Pakhala Divas: ଆଜି ମାର୍ଚ୍ଚ ୨୦ ଅର୍ଥାତ ବିଶ୍ୱ ପଖାଳ ଦିବସ । ସାରା ବିଶ୍ବରେ ଥିବା ଓଡିଆମାନେ ପାଳନ କରିବେ ଏହି ପଖାଳ ଦିବସ । ଏକଦା ଗରୀବଙ୍କ ସହଜ ଖାଦ୍ୟ ଭାବେ ପରିଚିତ ଓଡ଼ିଆଙ୍କ ପ୍ରିୟ ପଖାଳ ଏବେ ମାଟିପିଣ୍ଡାରୁ ଯାଇ ପଞ୍ଚତାରକା ହୋଟେଲର ଡାଇନିଂ ଟେବୁଲରେ ଶୋଭା ପାଇଲାଣି । ତେବେ କଣ ରହିଛି ପଖାଳ ଦିବସର ଇତିହାସ... ଆସନ୍ତୁ ଜାଣିବା...

ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ । ଖରାଦିନରେ ପଖାଳ ସେତ ଯେମିତି ଅମୃତ । ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବି ପ୍ରିୟ ଖାଦ୍ୟ ହେଲା ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ ।

World Pakhala Divas

ପୂର୍ବରୁ ବାସି ପଖାଳ ସହିତ ଓଲି ପିଆଜ ଓ କଞ୍ଚା ଲଙ୍କାର ସ୍ବାଦ କିଛି ନିଆରା ଥିଲା। ଏବେ କିନ୍ତୁ ପଖାଳ କଂସା ପାଖରେ ଓଲି ପିଆଜ ସେତେଟା ନାହିଁ। ତା'ସ୍ଥାନରେ ବଢ଼ିଯାଇଛି ବିଭିନ୍ନ ଭେଜ୍‌ ଓ ନନ୍‌ଭେଜ୍‌ ଆଇଟମ୍‌। ବାସି ପଖାଳ, ସଜ ପଖାଳ, ଦହି ପଖାଳ, ଝିରା ଛୁଙ୍କ ଦିଆ ପଖାଳ, ଆମ୍ବ କସି ପଖାଳ ଆଦି କେତେ କ'ଣ ପଖାଳ ପ୍ର୍ରସ୍ତୁତ ହେଉଛି। ପଖାଳ ସହିତ ଆମିଷ ଖାଇବାର ସ୍ବାଦ କିଛି ନିଆରା।

ପଖାଳ ଶଦ୍ଦଟି 'ପାଲି' ଭାଷାର 'ପଖାଳିବା' ଶଦ୍ଦରୁ ଆଦୃତ। ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଞ୍ଜିତ କରିବା । ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ। ଏହାର ମାଧୁର୍ଯ୍ୟ ବଢିଯାଏ । କାରଣ ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ ।

ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଜଗନ୍ନାଥ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳିଥାଏ । ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ସାମିଲ କରିଛନ୍ତି । ୨୧ ମାର୍ଚ୍ଚର ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା । ଏହି ଦିନଠୁ ଦିନର ଅବଧି ବୃଦ୍ଧି ପାଏ । ଏହା ସହ ରୌଦ୍ରତାପ ବୃଦ୍ଧି ଘଟିଥାଏ । ତାପରୁ ରକ୍ଷା ପାଇବା ପାଇଁ ଓଡ଼ିଆମାନେ ପଖାଳ ଓ ତୋରାଣିକୁ ଆଦର କରିଥାନ୍ତି । ତେଣୁ ୨୧ ମାର୍ଚ୍ଚମାନେ ଖରାଦିନ ଆରମ୍ଭ ପୂର୍ବ ଦିନ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବେ ପାଳନ ହେଉଛି ।

ଏହି ଦିବସକୁ ସଭିଏଁ ପଖାଳ ଖାଇ ପାଳନ କରିଥାନ୍ତି । ଅଧୁନା ଏହି ଦିବସ ଓଡ଼ିଶାର କେତେକ ଭୋଜନାଳୟମାନଙ୍କରେ ପଖାଳ ପରଷି କରାଯାଏ । ଅନେକ ସ୍ଥାନରେ ପଖାଳ ଖାଇବା ସହ ଫଟୋ ଉଠାଇବା ଏବଂ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବାର ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ

ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ । ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବଙ୍ଗଳାଦେଶରେ ଖିଆଯାଇଥାଏ । ଏହାକୁ ବଙ୍ଗଳାରେ "ପନ୍ତ ଭାତ" ଓ ଭୋଜପୁରୀରେ "ମାରା ଭାତ" ଓ ମାଲାୟାଲାମରେ "ବଲ୍ଲୁ ଚୋରୁ" ବୋଲି କୁହାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+