ଆଜି ବିଶ୍ୱ ପଖାଳ ଦିବସ

ଓଡ଼ିଆଙ୍କ ପ୍ରିୟ ପଖାଳ । ଯେତେ ଯାହା ଖାଇଲେ ବି ପଖାଳ ଗୁଣ୍ତେ ଦିଏ ମନକୁ ଶାନ୍ତି । ଓଡ଼ିଆଙ୍କର ୧୨ ମାସରେ ୧୩ ପର୍ବ । ପ୍ରତିଟି ପର୍ବର ରହିଛି ଭିନ୍ନ ଭିନ୍ନ ମହତ୍ୱ । ପର୍ବ ପର୍ବାଣିରେ ଘର ମହକି ଉଠେ ପିଠା ପଣାରେ ।

world pakhala dibasa 2025

ସେହିପରି ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପାଖଳ ଦିବସ ଭାବେ ପାଳନ କରାଯାଏ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା କୌଣସି ପର୍ବଠୁ କମ ନୁହେଁ । କେବଳ ଓଡ଼ିଶାରେ ନୁହେଁ ବିଶ୍ୱର କୋଣଅନୁକୋଣରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଆଜିର ଦିନରେ ନିଶ୍ଚୟ ଗୁଣ୍ତେ ପଖାଳ ଖାଇ ସେଲିବ୍ରେଟ୍ କରୁଥିବେ ।

ସାଧାରଣତଃ ଗୀଷ୍ମଋତୁ ବା ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ । ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି । ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ । ଖରାଦିନରେ ପଖାଳ ସତେ ଯେମିତି ଅମୃତ । ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବି ପ୍ରିୟ ଖାଦ୍ୟ ହେଲା ପଖାଳ ।

ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ । ସୂଚନାଯୋଗ୍ୟ ଯେ, ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+