Get Updates
Get notified of breaking news, exclusive insights, and must-see stories!

ସାବଧାନ; ଧୂମପାନକାରୀଙ୍କ ଠାରେ କରୋନା ନିଏ ଗମ୍ଭୀର ରୂପ !

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଧୂମପାନ କରୁଥିବା ଲୋକଙ୍କ ଉପରେ କରୋନା ପ୍ରଭାବଶାଳୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତ ରହିଛି।

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି। ଏହି ମହାମାରୀ ଆଉ କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ତେବେ ଦ୍ୱିତୀୟ ଲହରରେ କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଅଧିକ ଦରକାର ପଡୁଥିବା ବେଳେ ଏହା ସିଧାସଳଖ ଫୁସଫୁସ୍, ବୃକକ୍ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଉପରେ ପଡୁଥିବା ବିଶେଷଜ୍ଞମାନେ କହିଛନ୍ତି। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଧୂମପାନ କରୁଥିବା ଲୋକଙ୍କ ଉପରେ କରୋନା ପ୍ରଭାବଶାଳୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତ ରହିଛି।

World No Tobacco Day

ଏନେଇ ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଏକ ବିଜ୍ଞପ୍ତିରେ ଜାରି କରିଛନ୍ତି। ଧୂମପାନ କରୁଥିବା ଲୋକମାନଙ୍କ ଠାରେ କରୋନା ଗମ୍ଭୀର ରୂପ ନେଇଥାଏ ଏବଂ ଏଥିରେ ମୃତ୍ୟୁ ହେବାର ଆଶଙ୍କା ୫୦ ପ୍ରତିଶତ ଅଧିକ ରହିଥାଏ ବୋଲି ସେ କହିଛନ୍ତି। ତେଣୁ କରୋନା ମହାମାରୀ ଠାରୁ ନିସ୍ତାର ପାଇବାକୁ ହେଲେ ଧୂମପାନ ଛାଡ଼ିବା ହେଉଛି ବୁଦ୍ଧିମାନର କାମ। ଏହା ଫଳରେ କ୍ୟାନସର୍, ହୃଦଘାତ, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଭଳି ଆଶଙ୍କା ଅଧିକ ରହିଥାଏ ବୋଲି ସେ କହିଛନ୍ତି।

ସେହିପରି ଅନ୍ୟାନ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଫୁସଫୁସ୍ ଯେତେ ସୁସ୍ଥ ରହିବ ସଂକ୍ରମଣରୁ ନିସ୍ତାର ପାଇବାର ଆଶଙ୍କା ମଧ୍ୟ ସେତେ ଅଧିକ ରହିବ। ତେଣୁ ଯେଉଁମାନେ ଧୂମପାନ କରନ୍ତି ସେମାନଙ୍କ ଠାରେ ସଂକ୍ରମଣ ପରେ ମୃତ୍ୟୁ ଆଶଙ୍କା ରହିଥାଏ। ଯଦି ସେମାନେ ସଂକ୍ରମଣରୁ ସୁସ୍ଥ ହୋଇଯାଉଛନ୍ତି ତାହେଲେ ସୁସ୍ଥ ପରେ ନିମୋନିଆର ହେବାର ଅଧିକ ଆଶଙ୍କା ରହିଥାଏ। ଏହା ଖୁବ୍ ଗମ୍ଭୀର ସାବ୍ୟସ୍ତ ହୋଇପାରେ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+