Get Updates
Get notified of breaking news, exclusive insights, and must-see stories!

ନୂଆଦିଲ୍ଲୀରେ ବିଶ୍ୱ ଦେଖୁଛି ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ଝଲକ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆଜି ଠାରୁ ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା। ଏଠାରେ ଓଡ଼ିଶା ପାଭିଲିୟନକୁ ଆଜି ଉଦଘାଟନ କରିଛନ୍ତି ଓଡିଶା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଭାରତ ସରକାରଙ୍କ ବାଣିଜ୍ଯ ମନ୍ତ୍ରାଳୟ ଅଧିନସ୍ଥ ଆଇଟିପିଓ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ପ୍ରତିବର୍ଷ ଆୟୋଜିତ ହେଉଛି ଆନ୍ତର୍ଜାତିକ ବାଣିଜ୍ଯ ମେଳା। ଚଳିତ ବର୍ଷ ମେଳାର ଥିମ୍ "ବସୁଧୈବ କୁଟୁମ୍ବକମ୍ବକମ୍, ୟୁନାଇଟେଡ୍ ବାଇ ଟ୍ରେଡ୍" ରହିଥିବା ବେଳେ ଓଡ଼ିଶା ପାଭିଲିୟନ୍ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ବୈବଭକୁ ନେଇ ଅଂଶଗ୍ରହଣ କରିଛି । ପ୍ରାଚୀନ କାଳରୁ ଓଡ଼ିଶା ନିଜର ମହାନ୍ ନୌବାଣିଜ୍ୟ ପରମ୍ପରା ମାଧ୍ୟମରେ ଉତ୍କଳର ସାଂସ୍କୃତିକ ବିଭବକୁ ବିଭିନ୍ନ ଦେଶକୁ ପ୍ରସାରିତ କରିଥିଲା। ଏହି ମେଳାରେ ଓଡିଶାର ନୌବାଣିଜ୍ୟ ପରମ୍ପରାର ଜୀବନ୍ତ ଝଲକ ପ୍ରଦର୍ଶିତ ହୋଇଛି ।

Odisha pavillion in delhi

ଓଡିଶା ପାଭିଲିୟନ୍‌ର ସ୍ବତନ୍ତ୍ରତା

ଓଡ଼ିଶା ପାଭିଲିୟନ୍‌ରେ ରାଜ୍ୟର ୭ ଗୋଟି ବିଭାଗର ୨୪ ଗୋଟି ଷ୍ଟଲ୍ ରହିଛି । ମିଲେଟ୍ ଉତ୍ପାଦ ଓ କୋରାପୁଟର କଫି ମହକୁ ଥିବା ପାଭିଲିୟନକୁ ସୁନ୍ଦରତା ପ୍ରଦାନ କରୁଛି କୋଟପାଡ୍‌ ଶାଢୀ ଓ ଟସର ସିଲକ୍ ଶାଢୀ। କାଠ ତଥା ପ୍ରସ୍ତର ତିଆରି ମୂର୍ତ୍ତି, ପଟ୍ଟଚିତ୍ର, ସବାଇ ଘାସ ତିଆରି ସାଜସଜ୍ଜା, ଚାନ୍ଦୁଆ, ତାରକସୀ ତଥା ଭଳିକି ଭଳି ହସ୍ତଶିଳ୍ପ ସାମଗ୍ରୀରେ ଝଲସୁଛି ଓଡିଶା ପାଭିଲିୟନ୍। ଏହା ଛଡା ଆଦିମ ଜନଜାତି ଗୋଷ୍ଠୀର ଦୁଇଗୋଟି ଦଳ ଦ୍ବାରା ହସ୍ତଶିଳ୍ପର ନୈପୁଣ୍ୟ ପ୍ରଦର୍ଶନ ଆକର୍ଷଣର କେନ୍ଦ୍ର ହୋଇଛି ।

ପାଭିଲିୟନର ମଧ୍ଯ ଭାଗରେ ପ୍ରଦର୍ଶିତ ହୋଇଛି ଏକ ବିଶାଳ ବୋଇତ। ଏଥିରେ ବାନ୍ଧ ଶିଳ୍ପ, ପଥର ମୂର୍ତ୍ତି କାରିଗରି, ପଟ୍ଟଚିତ୍ର ଅଙ୍କନ, ବର୍ଜ୍ୟ କାଗଜରୁ ସାଜସଜ୍ଜା ସାମଗ୍ରୀ ଆଦି ପ୍ରସ୍ତୁତିର ଲାଇଭ୍ ଡେମୋ ପ୍ରଦର୍ଶନ କରାଯାଇଛି । ସେହିପରି ପାଭିଲିୟନ୍‌ର ବାହାର ପଟ ପ୍ରବେଶ ଦ୍ବାରରେ ସ୍ଥାନିତ ହୋଇଛି ଦୁଇଟି କୋଣାର୍କ ଚକ୍ର। ଓଡ଼ିଶାର ମହାନ୍ ଐତିହ୍ୟ ଓ ସଂସ୍କୃତିର ପ୍ରତିଛବିକୁ ପ୍ରଦର୍ଶିତ କରୁଥିବା ଏହି କୋଣାର୍କ ଚକ୍ର ଦ୍ବୟ ମେଳାକୁ ଆଗମନ କରୁଥିବା ଦେଶ ବିଦେଶର ଅଂଶଗ୍ରହଣକାରୀଙ୍କୁ ଆକର୍ଷିତ କରୁଛି।

ଆନ୍ତର୍ଜାତିକ ବାଣିଜ୍ଯ ମେଳାର ଓଡ଼ିଶା ପାଭିଲିୟନ୍‌ରେ ମିଶନ ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ, ଏମ୍‌ଏସଏମଇ, ପର୍ଯ୍ୟଟନ, ଅନୁସୂଚିତ ଜାତି ଓ ଜନଜାତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଂଶଗ୍ରହଣ କରିଛନ୍ତି। ମିଶନ ଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ଯ, ମିଲେଟ୍ ମିଶନ ପକ୍ଷରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ଓରମାସ୍‌ ପକ୍ଷରୁ ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ସ୍ଥାନିତ ହୋଇଛି।

ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ଆବାସିକ ଆୟୁକ୍ତ ରବିକାନ୍ତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓରମାସ୍ ସିଇଓ ଗୁହା ପୁନମ୍ ତାପସ୍ କୁମାର, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶୀକା ପ୍ରଣତୀ ଛୋଟରାୟଙ୍କ ସମେତ ଓଡ଼ିଶା ସରକାରଙ୍କ ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ଓଡିଶା ପାଭିଲିୟନ୍‌ ଆସିବା ପାଇଁ ମନ୍ତ୍ରୀ ପଣ୍ଡା ଅନୁରୋଧ କରିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+