Get Updates
Get notified of breaking news, exclusive insights, and must-see stories!

ନିଳାଦ୍ରୀ ବିଜେ ଲାଇଭ୍ ଅପଡେଟ୍: ଚାଲିଛି ନୀଳାଦ୍ରି ବିଜେ, ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ

Rath Yatra 2023 Live Update In Odia: ନବଦିନାତ୍ମକ ଯାତ୍ରା ସାରି ଶ୍ରୀଗୁଣ୍ଡିଚାରୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତିନି ରଥରେ ବିରାଜମାନ ହୋଇ ଭକ୍ତଙ୍କ ଗହଣରେ ଶରଧାବାଲିରୁ ବଡ଼ଦାଣ୍ଡକୁ ଆସିଛନ୍ତି । ଗତକାଲି ଅଧରପଣା ପରେ ଆଜି ହେବ ନିଳାଦ୍ରୀ ବିଜେ ଆରମ୍ଭ ହୋଇଚି । ଏହି ଦୁର୍ଲଭ ମୁହୂର୍ତ୍ତକୁ ଆପଣଙ୍କ ନିକଟରେ ପହଞ୍ଚାଇବୁ ଆମେ । ଏହାର ପ୍ରତି ମୁହୁର୍ତ୍ତର ଫଟୋ, ଭିଡ଼ିଓ ତଥା ଟିକିନିକି ଲାଇଭ୍ ଅପଡେଟ୍ ଆମେ ଦେବୁ ଆପଣଙ୍କୁ । ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଟିକିନିଖି ଅପେଡଟ୍ ପାଇଁ ୱାନଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ...

Jul 01, 2023, 9:34 pm IST

ଆରମ୍ଭ ହେଲା ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ଆରମ୍ଭ ହେଲା ମହାପ୍ରଭୁଙ୍କ ନୀଳାଦ୍ରି ବିଜେ
ଘଣ୍ଟଘଣ୍ଟାର ତାଳେତାଳେ ମସ୍ତକେ ଟାହିଆ ପିନ୍ଧି ଝୁଲି ଝୁଲି ନନ୍ଦିଘୋଷରୁ ରାଜକୀୟ ଠାଣୀରେ ଓହ୍ଲାଇବେ ମହାବାହୁ ।
Jul 01, 2023, 8:12 pm IST

ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେର ଦୃଶ୍ୟ

ବଡ଼ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେର ଦୃଶ୍ୟ
Jul 01, 2023, 8:04 pm IST

ବିଜେ କଲେ ବଡ଼ଭାଇ ବଳଭଦ୍ର

ବିଜେ କଲେ ବଡ଼ଭାଇ ବଳଭଦ୍ର
ରତ୍ନସିଂହାସନକୁ ବିଜେ କଲେ ବଡ଼ଭାଇ... ପଛେ ପଛେ ଆସୁଛନ୍ତି ଭଉଣୀ ସୁଭଦ୍ରା... ଶେଷରେ ଗହଳି ଲାଗଇ... ଟାହିଆ ହଲାଇ... ଝୁଲିଝୁଲି ଶ୍ରୀମନ୍ଦିରକୁ ଯିବ କାଳିଆ...
Jul 01, 2023, 7:58 pm IST

ରାମକୃଷ୍ଣ ଓ ମଦନ ମୋହନଙ୍କ ପହଣ୍ଡି

ନୀଳକନ୍ଦରକୁ ରାମକୃଷ୍ଣ ଓ ମଦନ ମୋହନଙ୍କ ପହଣ୍ଡି ବିଜେର ଅପୂର୍ବ ଦୃଶ୍ୟ ।
Jul 01, 2023, 7:53 pm IST

ମିଠା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ

ମିଠା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ
ମିଠା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାବାହୁ
Jul 01, 2023, 7:33 pm IST

ଚାଲିଛି ନୀଳାଦ୍ରି ବିଜେ, ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ

ଝୁରୁଛି ନନ୍ଦିଘୋଷ, ହସୁଛି ଶ୍ରୀମନ୍ଦିର; ରତ୍ନସିଂହାସନକୁ ଫେରୁଛନ୍ତି ମହାପ୍ରଭୁ ।
Jul 01, 2023, 7:27 pm IST

ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଉ କିଛି ସମୟ ପରେ ଶ୍ରୀମନ୍ଦିରକୁ କରିବେ ବିଜେ ।
Jul 01, 2023, 11:34 am IST

। ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରିବେଳ । ତା’ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରିବେ ।
Jul 01, 2023, 11:34 am IST

ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯିବ । ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହେବ ।
Jul 01, 2023, 11:32 am IST

ଅଧରପଣା ପରେ ତ୍ରୟୋଦଶୀ ତିଥିରେ ନୀଳାଦ୍ରିବିଜେ ହୋଇଥାଏ । ଏହି ପରମ୍ପରା ଅନେକ ବର୍ଷ ଧରି ହୋଇଆସୁଛି ।
Jul 01, 2023, 11:31 am IST

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ନୀଳାଦ୍ରି ବିଜେ କରିବେ । ରଥାରୁଢ ଥିବା ଚତୁର୍ଦ୍ଧା ମୂର୍ତ୍ତି ଆଦି ପୁଣି ରତ୍ନ ସିଂହାସନକୁ ଫେରିବେ ।
Jun 30, 2023, 9:40 pm IST

ପବିତ୍ର ଅଧର ପଣା ନୀତିର ଭବ୍ୟ ଦୃଶ୍ୟ

ପବିତ୍ର ଅଧର ପଣା ନୀତିର ଭବ୍ୟ ଦୃଶ୍ୟ
ରଥାରୂଢ ଶ୍ରୀଜିଉମାନଙ୍କ ପବିତ୍ର ଅଧର ପଣା ନୀତି ସମ୍ପନ୍ନ ହୋଇଛି । ତିନୋଟି ରଥରେ ୯ ଗୋଟି ଅଧର ହାଣ୍ଡି ପୂଜନ କାର୍ଯ୍ୟ ପରେ ଭଞ୍ଜନ କରଯାଇଥିଲା ।
Jun 30, 2023, 9:22 pm IST

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧର ପଣା ନୀତି ସମ୍ପନ୍ନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧର ପଣା ନୀତି ସମ୍ପନ୍ନ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧର ପଣା ନୀତି ସମ୍ପନ୍ନ ହୋଇଛି । ଅଧର ଚୁମ୍ବିତ ପଣାହାଣ୍ଡି ପୂଜନ ପରେ ହାଣ୍ଡିଗୁଡିକ ଭଞ୍ଜନ କରାଯାଇଥିଲା ।
Jun 30, 2023, 9:14 pm IST

ଭଞ୍ଜନ ହେଲା ବଳଭଦ୍ରଙ୍କ ପଣା ହାଣ୍ଡି

ମହାପ୍ରଭୁ ବଳଭଦ୍ରଙ୍କ ପଣାଲାଗି ନୀତି ସମ୍ପନ୍ନ ହୋଇଛି।
Jun 30, 2023, 8:58 pm IST

ଦେବୀ ସୁଭଦ୍ରାଙ୍କ ସମ୍ପନ୍ନ ହେଲା ଅଧର ପଣା ନୀତି

ଦେବୀ ସୁଭଦ୍ରାଙ୍କ ସମ୍ପନ୍ନ ହେଲା ଅଧର ପଣା ନୀତି
ରଥରେ ବିରାଜମାନ ମହାମାୟା ଦେବୀ ସୁଭଦ୍ରାଙ୍କ ସମ୍ପନ୍ନ ହୋଇଛି ପବିତ୍ର ଅଧର ପଣା ନୀତି।
Jun 30, 2023, 8:49 pm IST

ଅଧର ପଣା ନିମନ୍ତେ ନୀତି ସମ୍ପନ୍ନ ହେଉଅଛି

ଅଧର ପଣା ନିମନ୍ତେ ନୀତି ସମ୍ପନ୍ନ ହେଉଅଛି
ଶ୍ରୀଜୀଉମାନଙ୍କ ପବିତ୍ର ଅଧର ପଣା ନୀତି ନିମନ୍ତେ ମାଟି ନିର୍ମିତ ହାଣ୍ଡି ଗୁଡିକ ରଥ ଉପରେ ରଖାଯାଇଛି। ସେବକମାନେ ତିନୋଟି ଲେଖାଏ ହାଣ୍ଡି ରଥତ୍ରୟରେ ସ୍ଥାପିତ କରିଛନ୍ତି। ମହାପ୍ରଭୁଙ୍କ ଅଧର ଚୁମ୍ବିତ ହାଣ୍ଡି ଗୁଡିକରେ ସୁବାସିତ ପଣା ରଖାଯାଇଛି।
Jun 30, 2023, 5:22 pm IST

କ୍ଷୀର, ସର, ଛେନା, ଛେଚା, ଗୋଲମରିଚ, କଦଳୀ, କର୍ପୁର, ଜାଇଫଳ ଓ ଜଳ ପଡ଼ି ହେବ ପଣା ।
Jun 30, 2023, 5:08 pm IST

ତିନି ରଥରେ 9 ଟି ଅଧର ହାଣ୍ଡି ରଖାଯିବ ।
Jun 30, 2023, 5:02 pm IST

ପାଳିଆ ମହାସୁଆର ମାନେ ପ୍ରସ୍ତୁତ କରିବେ ପଣା ।
Jun 30, 2023, 5:02 pm IST

ଅଧରପଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
Jun 30, 2023, 9:36 am IST

ରଥ ଉପରେ ଅଧର ଚୁମ୍ବିତ ପଣା ପାନ କରିବେ ମହାବାହୁ
Jun 30, 2023, 9:35 am IST

ଆଜି ହେବ ଅଧରପଣା ନୀତି ।
Jun 29, 2023, 11:11 pm IST

ଆସନ୍ତା କାଲି ଅଧର ପଣା

ଆଜି ସୂନାବେଶ ନୀତି ସମ୍ପନ୍ନ ହୋଇଥିବା ବେଳେ ଆସନ୍ତା କଲି ଦ୍ଵାଦଶୀ ତିଥିରେ ପବିତ୍ର ଅଧର ପଣା ନୀତି ସମ୍ପନ୍ନ ହେବ । ରଥ ଉପରେ ଅଧର ଚୁମ୍ବିତ ପଣା ପାନ କରିବେ ମହାବାହୁ।
Jun 29, 2023, 11:02 pm IST

ଏକ ଘଣ୍ଟା ବଢିଲା ଦର୍ଶନ, ୧୨ ଟା ଯାଏଁ ଦର୍ଶନ କରିପାରିବେ

ପ୍ରବଳ ଜନ ସମାଗମ ହେବା ଦ୍ରୁଷ୍ଟିରୁ ଏକ ଘଣ୍ଟା ବଢିଲା ଦର୍ଶନ, ୧୨ ଟା ଯାଏଁ ଦର୍ଶନ କରିପାରିବେ ।
Jun 29, 2023, 10:39 pm IST

ସୁନାବେଶରେ ସଜ୍ଜିତ ଦେବୀ ସୁଭଦ୍ରା
Jun 29, 2023, 10:38 pm IST

ସୁନାବେଶରେ ସଜ୍ଜିତ ମହାପ୍ରଭୁ ବଳଭଦ୍ର
Jun 29, 2023, 10:37 pm IST

ସୁନାବେଶରେ ସଜ୍ଜିତ ମହାପ୍ରଭୁ ଶ୍ରୀଜଗନ୍ନାଥ
Jun 29, 2023, 10:32 pm IST

ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ସୁନାବେଶ ନିମନ୍ତେ ଆଜି ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ପୁରୀରେ। ଏବେ ସୁଦ୍ଧା ହଜାର ହଜାର ଯାନବାହାନ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ନେଇ ସୂଚନା ମିଲିଛି ।
Jun 29, 2023, 6:19 pm IST

ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ସାଆନ୍ତେ

ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ସାଆନ୍ତେ
ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି
Jun 29, 2023, 5:58 pm IST

ସଜେଇ ହେବେ ସାଆନ୍ତେ, ଆସିଲା ଶ୍ରୀପୟର, ରତ୍ନ ଅଳଙ୍କାର

ସଜେଇ ହେବେ ସାଆନ୍ତେ, ଆସିଲା ଶ୍ରୀପୟର, ରତ୍ନ ଅଳଙ୍କାର
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+