ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା
ପବିତ୍ର ମାଘ ଚତୁର୍ଦ୍ଦଶୀ ଅବସରରେ ବ୍ରାହ୍ମ ମୁହୂର୍ତ୍ତ ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଅଖଣ୍ଡ ଜ୍ୟୋତିମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଥିଲା ।

ଢେଙ୍କାନାଳ: ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା । ଗତାକିଲ (ଶନିବାର) ପବିତ୍ର ମାଘ ଚତୁର୍ଦ୍ଦଶୀ ଅବସରରେ ବ୍ରାହ୍ମ ମୁହୂର୍ତ୍ତ ସାଢ଼େ ୩ଟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଧୁନି ମନ୍ଦିର, ଅଖଣ୍ଡ ଜ୍ୟୋତିମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ନୀତି ଆରମ୍ଭ ହୋଇଥିଲା ।
ସନ୍ଧ୍ୟା ନୀତି ଅପରାହ୍ଣ ୩ଟା ବେଳେ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ୧୭ ମିନିଟ୍ରେ ଗାଦି ମନ୍ଦିର ପଶ୍ଚିମପାର୍ଶ୍ବ ଝାଡ଼ରେ ବଳ୍କଳଧାରୀ ମହିମା ସମାଜ ସଭାପତି ଶୁକଦେବ ବାବା ଅଗ୍ନି ସଂଯୋଗ କରି ୧୫୦ ତମ ମହିମା ମେଳାର ଶୁଭାରମ୍ଭ କରିଥିଲେ । ପରେ ଦକ୍ଷିଣ ଦ୍ୱାର, ପୂର୍ବଦ୍ୱାର ଓ ଉତ୍ତର ଦ୍ବାରରେ ଝାଡ଼ରେ ଅଗ୍ନି ସଂଯୋଗ ହୋଇଥିଲା।
ମେଳାରେ ପ୍ରାୟ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ପ୍ରଶାସନ । ବିଶେଷ କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ସଶସ୍ତ୍ର, ସାଧାରଣ, ସାଧା ପୋଷାକଧାରୀ ପୋଲିସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨ ଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ୪ ଡିଏସପି ଓ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି । ବକଳ ସମାଜ ମୁଖ୍ୟ ଗାଦି ମନ୍ଦିରରେ ନୀତିକାନ୍ତି କରିବେ ଏବଂ କୌପୁନି ସମାଜ ପାଇଁ ଭଜନ ମଣ୍ଡପ ନିକଟରେ ଅସ୍ଥାୟୀ ପୂଜା ପାଠ ଲାଗି ବ୍ୟବସ୍ଥା କରାଯାଇଛି । ସକାଳୁ ଆଖପାଖରୁ ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ଯୋରନ୍ଦା ମନ୍ଦିରରେ ଭିଡ଼ ଆରମ୍ଭ କରିଦେଲେଣି ।












Click it and Unblock the Notifications