ଆଜିଠାରୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା
Dhanu Yatra 2024: ଆଜିଠାରୁ ଆରମ୍ଭ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏଥର ବରଗଡ଼ ଧନୁଯାତ୍ରା ୭୬ତମ ବର୍ଷରେ ପଦାର୍ପଣ କରୁଛି । ଆଜି ବରଗଡ଼ରେ ପାଲଟିବ ମଥୁରା ନଗରୀ ଏବଂ ଆମ୍ବାପାଲି ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିବ ଯମୁନା ନଦୀ । ଧନୁଯାତ୍ରାକୁ ନେଇ ସାରା ସହରରେ ଉତ୍ସାହର ମାହୋଲ । ତେବେ ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜୁଥିବା କଂସ ମହାରାଜ ଭୂମିକାରେ ଅଭିନୟ କରିବେ କଳାକରା ଭୁବନେଶ୍ୱର ପ୍ରଧାନ ।

ତେବେ ଆଜିଠୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଧନୁଯାତ୍ରା ପାଇଁ ହାଟପଦାରେ ମହାରାଜା କଂସଙ୍କ ୯୫ଫୁଟ୍ ଉଚ୍ଚ ଏବଂ ୪୫ ଫୁଟ ଓସାରର ଏକ ରାଜଦରବାର ନିର୍ମାଣ କରାଯାଇଛି । ରିପୋର୍ଟ ଅନୁସାରେ, ପ୍ରାୟ ୭ କିଲୋମିଟର ପରିଧି ମଧ୍ୟରେ ୧୪ଟି ମଞ୍ଚରେ ଧନୁଯାତ୍ରା ମହୋତ୍ସବର ଆୟୋଜିତ କରାଯାଉଛି ।
ଅନ୍ୟପଟେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି | ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯାଇଛି ଏହା ସହ ବିଭିନ୍ନ ରାସ୍ତାକୁ ଓ୍ବାନ ଓ୍ବେ କରାଯାଇଛି । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।












Click it and Unblock the Notifications