ଜାନୁଆରୀ ୧୫ରୁ ବରଗଡ ଧନୁଯାତ୍ରା; ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ
ଜାନୁଆରୀ ୧୫ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ । ଆରମ୍ଭ ହେବ ବରଗଡ ଧନୁଯାତ୍ରା । ୨୫ ତାରିଖ ଯାଏଁ ୧୧ ଦିନ ଧରି ବରଗଡରେ ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ୭୬ତମ ଧନୁଯାତ୍ରା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି । ବୈଠକରେ ନାନାଦି ଅଭିଯୋଗ ସାମନାକୁ ବି ଆସିଛି ।
ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା ।
ବରଗଡ ସହର ପାଲଟିବ ମଥୁରା ନଗରୀ ଓ ଅମ୍ବାପାଲି ପାଲଟିବ ଗୋପପୁର

ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ଧନୁଯାତ୍ରାରେ ମଞ୍ଚସ୍ଥ କରାଯାଇଥାଏ । ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ ।
୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ୧୯୪୭ ମସିହାରେ ଇଂରେଜମାନଙ୍କୁ ହଟାଇ ଭାରତୀୟମାନେ ସ୍ୱାଧୀନତା ହାସଲ କରିଥିଲେ । ବରଗଡ଼ ସହରର କିଛି କୁଲି କାମ କରୁଥିବା ଲୋକେ ଏହି ବିଜୟ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଧନୁଯାତ୍ରାର ଆରମ୍ଭ କରିଥିଲେ ।












Click it and Unblock the Notifications