ମହୋଦଧିରେ ପାପ ଧୋଇଲେ କଂସ ମହାରାଜ
ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡର ଧନୁଯାତ୍ରା । ପ୍ରବଳ ପ୍ରତାପୀ କଂସଙ୍କର ବଦ୍ଧ ପରେ ବିଦ୍ଧିବଦ୍ଧ ଭାବେ ଶେଷ ହୋଇଛି ଧନୁଯାତ୍ରା । ତେବେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ।
ପୁରୀ: ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡର ଧନୁଯାତ୍ରା । ପ୍ରବଳ ପ୍ରତାପୀ କଂସଙ୍କର ବଦ୍ଧ ପରେ ବିଦ୍ଧିବଦ୍ଧ ଭାବେ ଶେଷ ହୋଇଛି ଧନୁଯାତ୍ରା । ତେବେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ।

ପରେ ପାପ ଧୋଇବା ପାଇଁ ମହୋଦଧିରେ ସ୍ନାନ କରିଛନ୍ତି କଂସ ମହାରାଜ । ମହୋଦଧୀରେ ସ୍ନାନ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ହୃଷୀକେଶ ଭୋଇ । ପରେ ଶ୍ରୀକ୍ଷେତ୍ରରେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିବା ପରେ ଜଗତଗୁରୁଙ୍କ ଦର୍ଶନ କରିଛନ୍ତି । ମୁକ୍ତାକାଶ ରଙ୍ଗ ମଞ୍ଚରେ ଅଭିନୟ ବେଳେ ଭଗବାନ ଓ ଦେବାଦେବୀଙ୍କୁ ଅନେକ କଟୁ କଥା କହିଥିବାରୁ ସେ ପ୍ରାୟଶ୍ଚିତ କରିବାକୁ ପୁରୀ ଆସିଥାନ୍ତି କଂସ ମହାରାଜ ।
ପ୍ରଥମେ ସେ ମହୋଦଧୀରେ ସ୍ନାନ କରି ପିନ୍ଧିଥିବା ପଇତାକୁ ବିସର୍ଜନ କରିଛନ୍ତି । ଏହାପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଜଳ ତର୍ପଣ କରି କ୍ଷମା ମାଗିଥିଲେ । ଧନୁଯାତ୍ରା ସରିବା ପରେ ଏକ ସାଧାରଣ ମଣିଷ ଭାବେ ସେ ଅଭିନୟ ବେଳେ କରିଥିବା ଭୁଲ ପାଇଁ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି ।
ଦିନକୁ ଦିନ ବରଗଡର ଧନୁଯାତ୍ରାର ଲୋକପ୍ରିୟା ବଢୁଥିବା ବେଳେ ତାହାର ଚରିତ୍ରମାନଙ୍କର ମଧ୍ୟ ଚୟନ କରାଯାଉଛି। ଆଉ ଏଥର ଅନେକ କଂସ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ହୃଷିକେଶ ଭୋଇ। ତେବେ ଏହା ସବୁ ଭଗବାନ କୃଷ୍ଣ ବଳରାମ ଓ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହିଛନ୍ତି ହୃଷିକେଶ ଓ ତାଙ୍କ ସହ ଆସିଥିବା ପାରିଷଦମାନେ।












Click it and Unblock the Notifications