ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ହେଲା କଂସ ବଧ
ବରଗଡ଼: ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଞ୍ଚରୁ ପଡି ହେଲା କଂସର ମୃତ୍ୟୁ । ଗତକାଲି ରାତିରେ କଂସର ମୃତ୍ୟୁ ସହ ଅନ୍ୟାୟ ଉପରେ ହୋଇଛି ନ୍ୟାୟର ବିଜୟ ହେବା ସହ କଂସ ଶାସନରୁ ମଥୁରାକୁ ମୁକ୍ତି ମିଳିବା ସହ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଯାଇଛନ୍ତି ।
ସେହିପରି ଆଜି ଧନୁ ଯାତ୍ରାର କଂସ ଶ୍ରୀକ୍ଷେତ୍ର ଆସିବା ପରମ୍ପରା ରହିଛି । ଏହା ପରେ ସେ ମହୋଦଧିରେ ସ୍ନାନକରି ନିଜର ପଇତା ସମର୍ପଣ ଓ ସୂର୍ଯ୍ୟ ନମସ୍କାର କରି ଗୋବର୍ଦ୍ଧନ ପୀଠରେ ପହଞ୍ଚିବେ । ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଥିଲେ ଓ ନିଜେ କରିଥିବା ପାପରୁ ମୁକ୍ତି ଭିକ୍ଷା କରିବେ ।

୧୧ଦିନ ଧରି ଚାଲୁଥିବା ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ସାଜିଥିବା ବେଳେ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା । ଏଥିରେ ଦେବକୀ ବସୁଦେବଙ୍କ ବିବାହରୁ ଯାତ୍ରାର ଆରମ୍ଭ ହୋଇଥିଲା । ଯାହା ପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ଶେଷ ହୋଇଥିଲା ।












Click it and Unblock the Notifications