Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପୋଷ୍ଟର ତିଆରି ପ୍ରତିଯୋଗିତା

ପୁରୀ : ବିଶ୍ବ ପରିବେଶ ଦିବସ ଉପଲକ୍ଷେ ସ୍ଥାନୀୟ ଦେବିଘାଟ ସ୍ଥିତ ଓଡିଶା କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ଏକ ପୋଷ୍ଟର ତିଆରି ପ୍ରତିଯୋଗିତା ହୋଇଯାଇଛି। ଜି-୨୦ ର ଚତୁର୍ଥ ଏଜୁକେସନ ୱାର୍କିଂ ଗ୍ରୁପ ମିଟିଂ ଦ୍ଵାରା ଜନ ଭାଗିଦାରୀକୁ ଗୁରୁତ୍ଵ ଦିଆଯାଇ ଏହି ସବୁ କାର୍ଯ୍ୟକ୍ରମ କରିବା ଏହାର ମୂଳ ଲକ୍ଷ୍ୟ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଏଣ୍ଟରପ୍ରେନର ସିପ, ନେହେରୁ ଯୁବ କେନ୍ଦ୍ର, ସାମାଜିକ ସଂଗଠନ ସଂପର୍କ ଓ ସିଦ୍ଧ ରିସର୍ଚ୍ଚ ଏହାକୁ ମିଳିତ ଭାବରେ ଆୟୋଜିତ କରିଛନ୍ତି ।

ଓଡିଶା କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟରେ ହେଉଥିବା ଏହି ପ୍ରତିଯୋଗିତା ପୁରୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଥିବା ଛାତ୍ରଛାତ୍ରୀଙ୍କୁ ନେଇ ହେଉଥିଲା। ଏଥିରେ ତିନୋଟି ବର୍ଗ ଥିଲା। ପ୍ରଥମରୁ ପଞ୍ଚମ, ଷଷ୍ଠ ଠୁ ଦଶମ ଆଉ ଯୁକ୍ତ ଦୁଇରୁ ଉପରୋକ୍ତ ଯାଏଁ ଏପରି ତିନୋଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। ସକାଳ ୧୦ ଟାରୁ ଦିବା ୧ଘଟିକା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ହୋଇଥିଲା। ପରିବେଶ ଦିବସ ପ୍ରତିଯୋଗିତାର ବିଷୟ ବସ୍ତୁ ଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

World Environment Day

ଏଥିରେ ସବ ଜୁନିଅର ବର୍ଗରେ ମଦ୍ରସ ପବ୍ଲିକ ସ୍କୁଲର ଅଭ୍ୟର୍ଥନା ବରାଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ଅଭ୍ୟର୍ଥନା ମହାରଣା ଦ୍ବିତୀୟ ଓ ମଦ୍ରସ ପବ୍ଲିକ ସ୍କୁଲର ଭାଗ୍ୟଶ୍ରୀ ପଲ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଜୁନିଅର୍ ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୟାଶା ପଟ୍ଟନାୟକ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟ ଶ୍ରଦ୍ଧା ସ୍ୱରୂପ ନନ୍ଦ ଦ୍ବିତୀୟ ଓ ଜାଭିୟରର ଉଦିପ୍ତା ଉପାସନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସିନିଅର ବର୍ଗରେ ଓଡିଶା କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟର ଶୁଭମ କୁମାର ଜେନା ପ୍ରଥମ, ମିଲନ ମିଶ୍ର ଦ୍ବିତୀୟ ଓ ପୂଜାରାଣୀ ଗିରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ସିଦ୍ଧ ରିସର୍ଚ୍ଚ ସେଣ୍ଟର,ପୁରୀ ଉଦ୍ୟମିତ୍ ପ୍ରକଳ୍ପ ଡ଼ାଇରେକ୍ଟର ରତ୍ନାକର ପାଣିଗ୍ରାୀହି, କାଲି ପ୍ରସାଦ ରଥ, ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ଜୟ ଶଙ୍କର ଯୋଶୀ, ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜଜ ଭାବରେ ଜଗବନ୍ଧୁ ଦାସ, ବିଶ୍ଵ ମୋହନ ରଥ, ସୁଶାନ୍ତ ମେହେର ପ୍ରମୁଖ ଯୋଗ ଦେଇଥିଲେ। ଓଡିଶା କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟର ତୃପ୍ତିରେଖା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+