ଭୁବନେଶ୍ୱରରେ 'ବିଶ୍ୱ ଜଳବୁଡ଼ି ନିରୋଧ' ଦିବସ ପାଳନ ହେବ

World Drowning Prevention Day to be held at Bhubaneswar ,ଭୁବନେଶ୍ୱରରେ 'ବିଶ୍ୱ ଜଳବୁଡ଼ି ନିରୋଧ' ଦିବସ ପାଳନ ହେବ

ଭୁବନେଶ୍ୱର: ଏଥର ପାଣି ବୁଡ଼ିରୁ ବିଶ୍ୱକୁ ସରକ୍ଷା ଦେବ ଓଡ଼ିଶା ଯାହାର ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଫୋରମ୍ ଫର ସ୍ମାର୍ଟ ସିଟିଜିନର ଆବାହକ ବିଜୟ କୁମାର ପଟ୍ଟନାୟକ ।ତେବେ ଫୋରମର ସଦସ୍ୟ ଯଥା ଜଳ ଯୋଗଗୁରୁ ଭାବେ ପରିଚିତ ଅଶୋକ କୁମାର ବରାଳ ଉଦ୍ଭାବନ କରିଥିବା ନୂତନ ଜ୍ଞାନ କୌଶଳ ଦ୍ୱାରା ଏହା ସମ୍ବବ ହୋଇପାରିବ ବୋଲି ସୂଚନା ରହିଛି ।। ସୂଚନା ରହିଛି ଯେ ମଣିଷ ଶରୀରର ଗଠନ ପାଣିରେ ଭାସିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବରାଳ ।କିଛି ଦିନ ହେବ ଅଶୋକ ବରାଳ ଓଡ୍ରାଫ ଟିମ୍ ଓ ସାଧାରଣ ଲୋକଙ୍କୁ ପାଣିରେ ଭାସିବା ସମ୍ପର୍କରେ ଏବେ ପ୍ରସିକ୍ଷଣ ଦେବା ଆରମ୍ଭ କରିଛନ୍ତି ।

ODISHA

ଆସନ୍ତା ଜୁଲାଇ ୨୫ ତାରିଖରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପେଲକ୍ସରେ ଫୋରମ୍ ପକ୍ଷରୁ ବିଶ୍ୱ ଜଳ ବୁଡ଼ି ଦିବଶ ପାଳନ କରାଯିବ । ଯେଉଁଥିରେ ସିୱାଇଏସିଡ୍ ,ଇଣ୍ତୋ ଜର୍ମାନ ଫୋକଲ ପଏଣ୍ଟ ପରି ଆନ୍ତର୍ଜାତିୟକ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହପରି ଡବ୍ଲୁଏଚ୍ଓର ଭାରତ ମୁଖ୍ୟ ଡ଼ ରୋଡେରିକୋ ଓଫ୍ରିନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ଓଡ୍ରାଫ୍ ଟିମ୍ କୁ ପାଣିରେ ଭାସିବାର କୌଶଳ ଶିଖାଇବେ ।

ଓଡ଼ିଶାରେ ପ୍ରତ୍ୟକ ଦିନ ଜଣେରୁ ଅଧିକ ଓ ଭାରତରେ ୮୦ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରୁଛନ୍ତି ।ମିଳିତ ଜାତିସଂଘର ତଥ୍ୟ ମୁତାବକ ପ୍ରତିବର୍ଷ ୨ ଲକ୍ଷ ୩୬ ହଜାର ଲୋକଙ୍କ ମୃତ୍ୟୁ ପାଣିରେ ବୁଡ଼ିବା ଦ୍ୱାରା ହେଉଛି । ପାଣି ବୁଡ଼ି ଜନିତ ମୃତ୍ୟୁରେ ଭାରତ ତୃତୀୟ ସ୍ଥାନରେ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ଇଣ୍ତୋ ଜର୍ମାନ ଫୋକାଲ ପଏଣ୍ଟର ଭାରତ ମୁଖ୍ୟ ବିମଳ ସାହୁ ,ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟାନାୟ,ଜଳ ଯୋଗ ଗୁରୁ ଅଶୋକ କୁମାର ବରଳା ଯୋଗ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+