ଉଦୟଗିରି-ରତ୍ନଗିରିରେ ବିଶ୍ୱ ବୌଦ୍ଧ ସମ୍ମିଳନୀ: ୧୭ଟି ଦେଶର ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ
ଉଦୟଗିରି-ରତ୍ନଗିରିରେ ବିଶ୍ୱ ବୌଦ୍ଧ ସମ୍ମିଳନୀ । ୧୭ଟି ଦେଶର ୧,୫୦୦ ଧର୍ମାବଲମ୍ବୀଙ୍କ ଯୋଗଦାନ । ଯାଜପୁର ଅଞ୍ଚଳର ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ମିଳନ ସମାଗମ ଘଟିଛି। ସ୍ନେହ, ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ନେଇ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଏବଂ ମନ୍ତ୍ରପାଠ ଚାଲିଛି।
ଏହି ସମାରୋହରେ ୧୭ଟି ଦେଶର ପ୍ରାୟ ୧,୫୦୦ ବୌଦ୍ଧ ଧର୍ମାବଲମ୍ବୀ ଏବଂ ସନ୍ନ୍ୟାସୀ ଭାଗ ନେଇଛନ୍ତି। ଓଡ଼ିଶାରେ ବୌଦ୍ଧ ସମ୍ପଦ ଏବଂ ଐତିହ୍ୟ ଦେଖି ସେମାନେ ବିମୋହିତ ହୋଇଛନ୍ତି।

୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୌଦ୍ଧ ସମ୍ମିଳନୀରେ, ପ୍ରଥମଥର ପାଇଁ ଦ୍ୱିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭାବଙ୍କ ନାମରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ବୌଦ୍ଧ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ କମିଟି ଏହାର ଆୟୋଜକ। ଗୁରୁ ପଦ୍ମସମ୍ଭାବଙ୍କ ଦେହାନ୍ତ ଉଦୟଗିରିରେ ହୋଇଥିଲା ବୋଲି ବୌଦ୍ଧ ଧର୍ମାବଲମ୍ବୀ ମାନନ୍ତି। ଏହି ସ୍ଥାନଗୁଡ଼ିକ ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇବା ଉପରେ ଜୋର ଦିଆଯାଉଛି।
ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୁଦ୍ଧଙ୍କ ନୀତି ଓ ବାଣୀକୁ ପ୍ରଚାର କରିବା, ଶାନ୍ତି, ସ୍ନେହ ଏବଂ ମାନବିକତାର ପ୍ରତି ସଚେତନତା ବୃଦ୍ଧି କରିବା। ଉଦୟଗିରି, ରତ୍ନଗିରି ସହ ଲଳିତଗିରି ସ୍ଥାନଗୁଡ଼ିକୁ ବୌଦ୍ଧ ଧର୍ମର ଗୁରୁତ୍ୱପୂର୍ଣ୍ଣ ସମ୍ପଦରୁ ବିଶ୍ୱ ମଞ୍ଚରେ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଲକ୍ଷ୍ୟ।












Click it and Unblock the Notifications