ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା । ଦୀର୍ଘକାଳୀନ ବିକାଶ ଓ ଆର୍ଥିକ ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଉପସ୍ଥିତ । ରାଜ୍ୟର ବିକାଶ ପ୍ରକ୍ରିୟା ଓ ସଂସ୍କାର ଆଭିମୁଖ୍ୟକୁ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ପ୍ରଶଂସା କରିଛନ୍ତି । ଘରୋଇ କ୍ଷେତ୍ରରେ ଯୁବପିଢିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରଶଂସା । ଦକ୍ଷତା ବିକାଶ, ଭିତ୍ତିଭୂମି ବୃଦ୍ଧି, ସାମାଜିକ କ୍ଷେତ୍ରରେ ଉନ୍ନତି ଉପରେ ଗୁରୁତ୍ୱାରୋପ । ବୈଠକରେ ରାଜ୍ୟର ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀ ବିକାଶକୁ ତ୍ବରାନ୍ବିତ କରିବା, ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ଭିତ୍ତିଭୂମିରେ ଉନ୍ନତି, ସାମାଜିକ କ୍ଷେତ୍ରର ଫଳାଫଳକୁ ଉନ୍ନତ କରିବା ଏବଂ ପ୍ରଯୁକ୍ତି ଆଧାରିତ ଅଭିବୃଦ୍ଧି ଭଳି ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।













Click it and Unblock the Notifications