ଆଜିଠୁ ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ; କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ । ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ । ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀଙ୍କ ଅଂଶଗ୍ରହଣ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ । ଓଡି଼ଶାରେ ଆସି ପହଞ୍ଚିଛନ୍ତି ଦେଶ ବିଦେଶର ଖେଳାଳି ।

World Athletics Continental Tour Bronze

ଭାରତୀୟ ଆଥଲେଟିକ୍ସ ମହାସଂଘ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୭ ଦେଶର ପାଖାପାଖି ୧୬୦ ପ୍ରତି‌ଯୋଗୀ ଅଂଶଗ୍ରହଣ କରିବେ। ଭାରତୀୟ ଖେଳାଳିଙ୍କ ସଂଖ୍ୟା ପାଖାପାଖି ୧୦୦ ରହିବ। ଓଡ଼ିଶାର ୫ଜଣ ଖେଳାଳି ଶ୍ରାବଣୀ ନନ୍ଦ (ମହିଳା ୧୦୦ ମିଟର), ଅନିମେଷ କୁଜୁର (ପୁରୁଷ ୧୦୦ ଓ ୨୦୦ ମିଟର), କିଶୋର ଜେନା (ପୁରୁଷ ଜାଭଲିନ୍), ଲାଲୁ ପ୍ରସାଦ ଭୋଇ (ପୁରୁଷ ୧୦୦ ଓ ୨୦୦ ମିଟର) ଓ ପ୍ରଜ୍ଞା ପ୍ରଶାନ୍ତି ସାହୁ (ମହିଳା ବାଧାଦୌଡ଼)‌‌ଙ୍କ ନାଁ ପ୍ରାରମ୍ଭିକ ତାଲିକାରେ ଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ କିଶୋର ଆହତ ଥିବାରୁ ଖେଳିବେ ନାହିଁ।

ସେହିଭଳି ଅବଶିଷ୍ଟ ୪ଜଣ ଖେଳାଳିଙ୍କ ମଧ୍ୟରୁ ଜଣେ ଖେଳାଳି ଆହତ ଥିବାରୁ ଶେଷ ମୁହୂର୍ତ୍ତରେ ଏହି ପ୍ରତିଯୋଗିତାରୁ ଓହରି ଯିବାର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ କେବଳ ୩ଜଣ ସ୍ଥାନୀୟ ଖେଳାଳି ହିଁ ପ୍ରତିଦ୍ବନ୍ଦ୍ବିତା କରୁଥିବାର ଦେଖିବାକୁ ମିଳିବେ। ତେବେ ଏହି ପ୍ରତିଯୋଗିତାରୁ ଜାପାନର ଟୋକିଓଠାରେ ଆସନ୍ତାମାସରେ ଆୟୋଜିତ ହେବାକୁ ଥିବା ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ୍ ଲାଗି ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ଥିବାରୁ ସ୍ଥାନୀୟ ଖେଳାଳିଙ୍କ ପାଇଁ ଏହା ବହୁତ ବଡ଼ ସୁଯୋଗ ଭାବେ ଉଭା ହୋଇଛି।

ସକାଳେ ହିଟ୍, ସଂଧ୍ୟାରେ ଫାଇନାଲ୍‌
ଓଡ଼ିଶାକୁ ବିଶ୍ବ ଦୌଡ଼କୁଦ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବାର କ୍ଷମତା ରଖୁଥିବା ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ (କାଂସ୍ୟ) ପ୍ରତିଯୋଗିତା ରବିବାର ସକାଳେ ଆରମ୍ଭ ହେବ। ରବିବାର ସକାଳ ୭.୪୦ରେ ପୁରୁଷ ୪୦୦ ମିଟର ହିଟ୍‌ରୁ ପ୍ରତିଯୋଗିତାର ଶୁଭାରମ୍ଭ ହେବ। ପୂର୍ବାହ୍ନ ପର୍ଯ୍ୟାୟ ୮ଟା ୫୫ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଅନ୍ୟ ଖେଳଗୁଡ଼ିକ ମଧ୍ୟରେ ମହିଳା ୪୦୦ ମିଟର, ପୁରୁଷ ୧୦୦ ମିଟର, ମହିଳା ୧୦୦ ମିଟର ଏବଂ ପୁରୁଷ ୨୦୦ ମିଟର ହିଟ୍ ଖେଳାଯିବ। ସଂଧ୍ୟା ଅଧିବେଶନ ଅପରାହ୍‌ଣ ୫ଟାରୁ ଆରମ୍ଭ ହୋଇ ୮ଟା ୨୦ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ସମସ୍ତ ୧୭ ଫାଇନାଲ୍ ଆୟୋଜିତ ହେବା ସହ ପୁରସ୍କାର ବିତରଣୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଉଭୟ ଅଧିବେଶନ ଲାଗି ଦର୍ଶକମାନେ ମାଗଣାରେ କଳିଙ୍ଗ ଷ୍ଟାଡିୟମ୍ ଗ୍ୟାଲେରିରେ ବସି ଖେଳ ଦେଖିପାରିବେ। ଏହି ଅବସରରେ ଆୟୋଜକ ଭାରତ ସହ ଗ୍ରେଟ୍ ବ୍ରିଟେନ୍, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇରାକ, ଇରାନ, କୋରିଆ, ମାଲେସିଆ, ଫିଲିପାଇନ୍ସ, ସୋମାଲିଆ, ଶ୍ରୀଲଙ୍କା, ନେପାଳ, ଭୁଟାନ, ଆଲେଜେରିଆ ଓ ତୁର୍କିମେନିସ୍ତାନ ଭଳି ଦେଶର ଖେଳାଳିଙ୍କ ନିଜନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିବାର ସେମାନେ ଦେଖିବାକୁ ପାଇବେ। ପ୍ରତିଯୋଗିତାରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ପାଖାପାଖି ୨୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ପ୍ରତି ଇଭେଣ୍ଟର ଶ୍ରେଷ୍ଠ ୪ଜଣ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+