ଜମି ଆବଣ୍ଟନ ସହ ୧୩ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ

ଜମି ଆବଣ୍ଟନ ସହ ୧୩ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପର କାର୍ଯ୍ୟ ଆଜି ତ୍ବରାନ୍ବିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକ ପାଇଁ ଜମି ଆବଣ୍ଟନ କରାଯାଇଛି ।

ଭୁବନେଶ୍ୱର: ଜମି ଆବଣ୍ଟନ ସହ ୧୩ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପର କାର୍ଯ୍ୟ ଆଜି ତ୍ବରାନ୍ବିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକ ପାଇଁ ଜମି ଆବଣ୍ଟନ କରାଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରସ୍ତାବିତ ପ୍ରକଳ୍ପଗୁଡିକର ପ୍ରୟୋଜନିୟତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଦକ୍ଷତା ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଜମି ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ ଦେଇ ପ୍ରକଳ୍ପଗୁଡିକର ତ୍ବରିତ କ୍ଷେତ୍ରାନ୍ବୟନ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

suresh ch mohapatra
ଏହି ଶିଳ୍ପ ସଂସ୍ଥାମାନଙ୍କରେ ଅଧିକରୁ ଅଧିକ ଓଡ଼ିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ବ ଆରୋପ କରିଥିଲେ । ଜମି ପାଇଥିବା ଏହି ସଂସ୍ଥାଗୁଡିକ ମୁଖ୍ୟତଃ ପୋଷାକ ପ୍ରସ୍ତୁତି , ଲଜିଷ୍ଟିକ୍ ପାର୍କ , ସଫଟଓୟାର ପ୍ରସ୍ତୁତି ଓ ଚିକିଟାଲ୍ ମାର୍କେଟିଂ , ଖେଳ ସାମଗ୍ରୀ ଉତ୍ପାଦନ , କାର୍ବନ ବ୍ଲକ୍ ଉତ୍ପାଦନ , ପି.ଭି.ସି. ଏବଂ ଏଚ୍ .ଡ଼ି.ପି.ର ପାଇପ୍ ନିର୍ମାଣ , ଘରୋଇ ସଂରଜାମ ପ୍ରସ୍ତୁତି , ଏବଂ ଡାଟା ସେଣ୍ଟର ଆଦି ସେକ୍ଟର ଅନ୍ତର୍ଭୁକ୍ତ । ଏହି ସଂସ୍ଥାଗୁଡିକ ମାଧ୍ୟମରେ ପ୍ରାୟ ୭୬୬ କୋଟି ଟଙ୍କା ବିନିଯୋଗ ହେବ ଏବଂ ୮୬୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହାଛଡା ଏହି ଶିଳ୍ପାନୁଷ୍ଠାନ ଗୁଡିକ ପାଇଁ କଂବାମାଲ ଯୋଗାଣ , ପଦାର୍ଥ ପରିବହନ , ବ୍ୟବସାୟ କେନ୍ଦ୍ର , ଗମନାଗମନ ଆଦି ମାଧ୍ୟମରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବଲୋକ ପରୋକ୍ଷ ରୋଜଗାରର ସୁଯୋଗ ପାଇବେ ବୋଲି ଶିଳ୍ପ ବିଶେଷଜ୍ଞ ମାନଙ୍କଠାରୁ ଜଣାପଡିଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା , ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର , ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର , ଭୁପେନ୍ଦ୍ର ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+