ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୂପା ଛାଉଣି କାର୍ଯ୍ୟ
ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୂପା ଛାଉଣି କାର୍ଯ୍ୟ। ଆଠଟି ଦ୍ୱାରରେ କରାଯିବ ରୂପା ଛାଉଣୀ। ନୀଳାଦ୍ରି ବିଜେ ପୂର୍ବରୁ ବେହରଣ ଦ୍ୱାରର ରୂପା ଛାଉଣି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୂପା ଛାଉଣି କାର୍ଯ୍ୟ। ଆଠଟି ଦ୍ୱାରରେ କରାଯିବ ରୂପା ଛାଉଣୀ। ନୀଳାଦ୍ରି ବିଜେ ପୂର୍ବରୁ ବେହରଣ ଦ୍ୱାରର ରୂପା ଛାଉଣି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ ଜୟବିଜୟ ଦ୍ୱାର, ଭୋଗମଣ୍ଡପ , ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। କଳାହାଟ ଦ୍ୱାର ଯଦି ସମ୍ଭବ ନହେବ ଆସନ୍ତା ବର୍ଷ ରଥଯାତ୍ରା ସମୟରେ କରାଯିବ। ରୂପା ଛାଉଣୀ କାର୍ଯ୍ୟ ପରବର୍ତ୍ତୀ ସମୟରେ କରାଯାଇପାରିବ। ଏଏସଆଇର ଆଲୋକୀକରଣକୁ ଅନୁମତି ମିଳିଛି। ତାହା ରଥଯାତ୍ରା ପରେ ବି ଜାରି ରହିବ ।
ସେପଟେ ଗର୍ଭଗୃହକୁ ଛାଡ଼ି ଜଗମୋହନ, ଭୋଗମଣ୍ଡପ, ନାଟମଣ୍ଡପର ଲେଜର ସ୍କାନିଂ ଶେଷ ହୋଇଛି। ବୈଷୟିକ ଓ ବୈଜ୍ଞାନିକ ଅଧ୍ୟୟନ ପରେ କେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।












Click it and Unblock the Notifications