‘ରସଗୋଲା କ୍ଲଷ୍ଟର’ ପାଇଁ କାମ ଚାଲିଛି: ଶିଳ୍ପମନ୍ତ୍ରୀ
ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରସଗୋଲା କ୍ଲଷ୍ଟର କରିବା ଦିଗରେ ଆମର କାର୍ଯ୍ୟକ୍ରମ ଜାରି ରଖିଛୁ। ତାହା ଆଗକୁ ବଢୁଛି।
ଭୁବନେଶ୍ବର: ଆଜି ହେଉଛି ରସଗୋଲା ଦିବସ । ରସଗୋଲକୁ ନେଇ ଓଡିଶା ବେଙ୍ଗଲ ମଧ୍ୟରେ ଲାଗିଥିବା ବିବାବ ଶେଷ ହୋଇଛି । ଜିଆଇ ଟ୍ୟାଗ ମିଳିବା ପରେ ଏବେ ପ୍ରତିଟି ଓଡିଆ ଆଜି ରସଗୋଲା ଦିବସ ପାଳନ କରୁଛନ୍ତି ।

ଏହି ଅବସରରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରସଗୋଲା କ୍ଲଷ୍ଟର କରିବା ଦିଗରେ ଆମର କାର୍ଯ୍ୟକ୍ରମ ଜାରି ରଖିଛୁ। ତାହା ଆଗକୁ ବଢୁଛି। ସେଇଟା ଯେତିକି ସରକାରଙ୍କ ଉପରେ ନୁହେଁ ସେତିକି ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛି। ତାକୁ ସେଇଟା ସେମାନେ କେତେ ପପୁଲାର କରାଇବେ। ସରକାରଙ୍କ କାମ ହେଉଛି ପ୍ରୋତ୍ସାହନ ଦେବା। ସରକାର ସେ କଥା ଆଗରୁ କରିବା ସହ ଘୋଷଣା କରି କାର୍ଯ୍ୟରତ ଅଛନ୍ତି ।
ରସଗୋଲ ବିବାଦକୁ ନେଇ ମନ୍ତ୍ରୀ କହିଛନ୍ତି, ରସଗୋଲାକୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ ମିଳି ସାରିଛି । ସତ୍ୟ କେବେ ଲୁଚେ ନାହିଁ । ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀ ଜଗନ୍ନାଥ । ମାଦଳା ପାଞ୍ଜିଠୁ ନେଇ ଇତିହାସକୁ ଗଲେ ବି ଏ ପ୍ରଥା ଓ ପରମ୍ପରା ବହୁ ପୁରାତନ ଏବଂ ପ୍ରାଚୀନ । ଏହାର ମହତ୍ତ୍ଵକୁ କେହି ଅଣଦେଖା କରିପାରିବେ ନାହିଁ । ନୂଆ ଯୁଗରେ ଯଦି ୟାକୁ କିଏ କହିବ ଆମର ତେବେ ତାହାର କୌଣସି ଭିତ୍ତି ନାହିଁ । ସତ୍ୟ ହେଉଛି ରସଗୋଲା ଜଗନ୍ନାଥ ପାଖରେ ଭୋଗ ଲାଗେ। ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଯେତିକି ପୁରୁଣା ରସଗୋଲା ମଧ୍ୟ ସେତିକି ପୁରୁଣା। ତେଣୁ ଆଜିର ତାରିଖରେ ସେମିତି କୌଣସି ବିବାଦ ନାହିଁ। ତେଣୁ ଆଗାମୀ ଦିନ ମଧ୍ୟ ଠିକରେ ଚାଲିବ। ସେଥିପାଇଁ ଏହି ବିବାଦରୁ ବାହାରି ଆମେମାନେ ଆଗକୁ ବଢ଼ିବା ଉଚିତ ।












Click it and Unblock the Notifications