ରଥ ନିର୍ମାଣ ପାଇଁ ପୁରୀକୁ ଗଲା କାଠ
ରଥ ନିର୍ମାଣ ପାଇଁ ପୁରୀକୁ ଗଲା କାଠ, ଚଳିତ ବର୍ଷ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ସୋମବାର ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ କାଠ ପଠାଯାଇଛି। ନୟାଗଡ ଜିଲ୍ଲାର ଦଶପଲ୍ଲା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟାକ୍ରା ଫରେଷ୍ଟ ସେକ୍ସନରୁ ପୁରୀକୁ କାଠଗଣ୍ଡି ପଠାଯାଇଛି।

ବନ ବିଭାଗ ଏବଂ ମିଟୁକୁଲି ଭିଏସଏସ କମିଟି ଦ୍ୱାରା ପୂଜା ଏବଂ ସଂକୀର୍ତ୍ତନ ପରେ ରଥ ପାଇଁ ପବିତ୍ର କାଠ ବୋଝେଇ ଟ୍ରକଗୁଡ଼ିକୁ ପଠାଯାଇଥିଲା। ୨ଟି ଟ୍ରକରେ ମୋଟ ୪୮ ଖଣ୍ଡ ଆସନ ଏବଂ ଧୌରା କାଠ ପଠାଯାଇଛି।












Click it and Unblock the Notifications