ମହିଳାଙ୍କ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ

ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ "ଜାତୀୟ ମହିଳା କମିଶନ - ଆପଣଙ୍କ ଦ୍ୱାରରେ" ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ କରୁଛନ୍ତି । ଏହି ଜନଶୁଣାଣି ୧୧ ଫେବୃଆରୀ, ୨୦୨୫ ଦିନ ଅପରାହ୍ନ ୨:୦୦ ଟାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର ଏକାମ୍ର ହଲରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହଟକରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ।

national women commission

ମହିଳାମାନଙ୍କ ସହ ଜଡିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜାତୀୟ ମହିଳା କମିଶନ ଦ୍ୱାରା ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଆୟୋଗଙ୍କ ନିକଟରେ ଉପସ୍ଥାପନ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ ଅନୁରୋଧ କରାଯାଇଛି । ମହିଳାମାନଙ୍କ ସହ ଜଡିତ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରିବା ଏବଂ ଯଥାସମ୍ଭବ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଯୋଗାଇବା ଏହି ଜନଶୁଣାଣିର ଉଦ୍ଦେଶ୍ୟ। ଶୁଣାଣି ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ ଗୁଞ୍ଜନ ସିଂହ (୭୦୧୧୯୭୨୮୬୨)ଙ୍କ ସହିତ ଯୋଗାଯୋଗ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+