Women's Day 2025: ଓଡ଼ିଶା ରାଜନୀତିରେ ଯୁବ ମହିଳାଙ୍କ ଦବଦବା, ସବୁଠି ଆଗରେ ମହିଳା
ବିକଶିତ ଓଡ଼ିଶା ଅଭିମୁଖେ ଆମ ରାଜ୍ୟ । ଆଉ ରାଜ୍ୟର ଶାସନ ଭାର ଏବେ ମହିଳାଙ୍କ ଉପରେ । ଆମ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବେ ଜଣେ ମହିଳା । ଓଡିଶାର ପ୍ରଥମ ମହିଳା ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଉ ବାଚସ୍ପତି ସୁରମା ପାଢ଼ୀ । ସେହିଭଳି ରାଜ୍ୟ ବିଧାନସଭାରେ ଏବେ ଯୁବ ମହିଳା ବିଧାୟିକାଙ୍କ ହାତରେ ।
ଉପାସନା ମହାପାତ୍ର: ଓଡ଼ିଶା ବିଧାନସଭାରେ ସୁନାମଧନ୍ୟ ବିଧାୟିକା । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ସର୍ବକନିଷ୍ଠା ବିଧାୟିକା ଭାବରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଉପାସନା ୧୯୯୭ ମସିହାର ଜୁନ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ ଓ ତାଙ୍କ ମାଆଙ୍କ ନାମ ନମିତା ମହାପାତ୍ର । ସେ ବକ୍ସି ଜଗବନ୍ଧୁଙ୍କର ବଂଶଧର । ସେ ଭୁବେଶ୍ୱର ଓ କଟକର ବେସରକାରୀ ବିଦ୍ୟାଳୟରେ ପଢ଼ୁଥିଲେ ଏବଂ ପରେ ୨୦୧୫ ମସିହାରେ ମୁମ୍ବାଇସ୍ଥିତ ସୋଫିଆ କଲେଜରୁ ତାଙ୍କର ଉଚ୍ଚଶିକ୍ଷା ଶେଷ କରିଥିଲେ ।
ଉପାସନା ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ଯୋଗ ଦେଇଥିଲେ । କିନ୍ତୁ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ସମୟରୁ ସେ ରାଜନୈତିକ ଚର୍ଚ୍ଚାରେ ଥିଲେ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୫,୭୮୩ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କୁ ୯,୮୩୦ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସୋଫିଆ ଫିର୍ଦୋସ: ସୋଫିଆ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ କଟକର ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଲଢ଼ି ଜୟଯୁକ୍ତ ହୋଇଥିଲେ। ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମୁସଲମାନ ମହିଳା ।
ସୋଫିଆଙ୍କ ପିତା ମହମ୍ମଦ ମୋକିମ ଜଣେ ରାଜନେତା। ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ସଦସ୍ୟ। ସେ ମଧ୍ୟ ବାରବାଟୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଟକର ସେଣ୍ଟ ଯୋଶେଫ ବିଦ୍ୟାଳୟ ଓ ରେଭେନ୍ସା ଜୁନିୟର କଲେଜରୁ ପାଠ ପଢ଼ିଛନ୍ତି। ସେ କିଟ୍ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ଓ ଆଇଆଇଏମ, ବେଙ୍ଗାଲୁରୁରୁ ଏମବିଏ ଡିଗ୍ରୀ ପ୍ରାପ୍ତ କରିଛନ୍ତି।
ସୋଫିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ସକ୍ରିୟ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ କଂଗ୍ରେସର ପ୍ରାର୍ଥୀ ଭାବରେ ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ, ସେ ସମୁଦାୟ ୫୩,୩୩୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮,୦୦୧ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

ବର୍ଷା ସିଂହ ବରିହା: ପଶ୍ଚିମ ଓଡ଼ିଶାର ସ୍ୱରକୁ ବିଧାନସଭାରେ ଶାଣିତ ଭାବରେ ସେ ଉଠାଇଛନ୍ତି। ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚରେ, ସେ ପଦ୍ମପୁରରୁ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ତାଙ୍କ ବାପାଙ୍କ ନାମ ବିଜୟ ରଞ୍ଜନ ସିଂହ ବରିହା ଓ ମାଅଙ୍କ ନାମ ତିଳୋତ୍ତମା ସିଂହ ବରିହା । ତାଙ୍କ ବାପା ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ଶଶୁର ରମାରଞ୍ଜନ ବଳିଆରସିଂହ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି।
ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କୁ ୧୦,୯୯୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।












Click it and Unblock the Notifications