ନକ୍ସଲ କ୍ୟାମ୍ପରେ ଦିଆଯାଉଥିଲା ଯୌନ ନିର୍ଯାତନ ମହିଳାଙ୍କୁ ଯୌନ ନିର୍ଯାତନ; ମିଳିଲା ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କୀଟ୍‌

ନବରଙ୍ଗପୁର: ନକ୍ସଲ କ୍ୟାମ୍ପରେ ଦିଆଯାଉଥିଲା ଯୌନ ନିର୍ଯାତନ ମହିଳାଙ୍କୁ ଯୌନ ନିର୍ଯାତନ । ନୂଆପଡା ମେନପୁର ଡିଭିଜନରେ ନକ୍ସଲ ଶିବିରରୁ ବହୁ ଆପତ୍ତିଜନକ ଜିନିଷ ମିଳିବା ପରେ ଏଭଳି ସନ୍ଦେହ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି ଏସ୍‌.ସୁଶ୍ରୀ ।

ଏସ୍‌ପି କହିଛନ୍ତି ଯେ, ଗତକାଲି ଜବତ ହୋଇଥିବା ଜିନିଷରୁ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ସନ୍ଦେହ ହେଉଛି ।
ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲରେ ନକ୍ସଲଙ୍କ ଏକ ଶିବିର ଠାବ କରାଯାଇ ଥିଲା । ଶିବିରରୁ ବହୁ ମାରଣାସ୍ତ୍ର ସହ ଆପତ୍ତିଜନକ ଜିନିଷ ମିଳିଛି । ବିପୁଳ ପରିମାଣର ଗର୍ଭନିରୋଧକ ମିଳିଛି । ଏଥିସହ ଗର୍ଭ ପରୀକ୍ଷା କୀଟ ଜବତ ହୋଇଥିଲା । ଏଥିରୁ ଜଣାପଡୁଛି, କ୍ୟାମ୍ପରେ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିଲେ । ଝିଅଙ୍କୁ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିବା ଜଣାପଡୁଛି ବୋଲି ଏସ୍‌ପି କହିଛନ୍ତି ।

Nabarangpur SP

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଛତିଶଗଡ଼ର ଗରିୟାବନ୍ଧ ଜିଲ୍ଲା ଶୋଭା ଥାନା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଦୁଇଟି ଏସ୍‌ଓଜି ଟିମ୍‌ ରାଇଘର ଓ ଶୋଭା ଯାଇଥିଲେ । ତେବେ ବୁଧବାର ସକାଳ ପ୍ରାୟ ସାଢ଼େ ୯ଟା ଶୋଭାରେ ପହଞ୍ଚିଥିଲେ ସୁରକ୍ଷା କର୍ମୀ । ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ । ଏହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ହୋଇଥିଲା ଘମାଘୋଟ୍‌ ଗୁଳି ବିନିମୟ । ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ତା'ପରେ ଯବାନମାନେ ସର୍ଚ୍ଚ ଅପରେସନ୍‌ କରିଥିଲେ ।

ତେବେ ଦାନ୍ତେୱାଡ଼ା ଆକ୍ରମଣରେ ଏମାନଙ୍କର ସମ୍ପୃକ୍ତି ରହିଛି କି ପ୍ରଶ୍ନରେ ଏସ୍‌ପି କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ପରେ ଜଣାପଡ଼ିବ । ବର୍ତ୍ତମାନ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରତି ମୁହୂର୍ତ୍ତରେ ନକ୍ସଲଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଆଉ ନିୟମିତ ଭାବେ ଅପରେସନ୍‌ କରାଯାଉଛି ବୋଲି ଏସ୍‌.ସୁଶ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+