ମହିଳା SIଙ୍କ ପତ୍ତା ମିଳୁନି : ହସ୍ପିଟାଲରୁ କୁଆଡେ ଚାଲି ଯାଇଛନ୍ତି, ପୁରୁଷ ବନ୍ଧୁ ସହ ଝଗଡ଼ା ହୋଇ ବିଷ ପିଇଥିଲେ

ବଏଫ୍ରେଣ୍ଡ ପାଇଁ ବିଷ ପିଇ ଚର୍ଚ୍ଚାକୁ ଆସିଥିବା ପୁଲିସ ଏସଆଇ ନିଖୋଜ । ସେ କୁଆଡେ ଯାଇଛନ୍ତି ସେ ନେଇ ପତ୍ତା ମିଳୁନି । ଗତକାଲିଠୁ ସେ କୁଆଡେ ଗଲେ କିଛି ଜଣା ପଡୁନି । ହସ୍ପିଟାଲରୁ କେଉଁଆଡେ ପଳାଇ ଯାଇଥିବା ସୂଚନା ମଳିଛି ।

ବଲାଙ୍ଗୀର ସଇଁତଲା ଥାନାର ମହିଳା SI କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ନେଇ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏବେ ସେ ହସ୍ପିଟାଲରେ ନ ଥିବା ନେଇ ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ସଚଳା ବାଗ କହିଛନ୍ତି । ଯଦି ଆଜି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରନ୍ତି, ତେବେ ଏନେଇ ସେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି କଲେଜ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

si

ସୂଚନା ଅନୁସାରେ, ଆଡ଼ମିଶନ ବେଳେ ଏସଆଇଙ୍କ ଅବସ୍ଥା ସ୍ଥିର ଥିଲା । ସେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ । ମାତ୍ର ସକାଳ ରାଉଣ୍ଡରେ ଗଲାବେଳକୁ ଡାକ୍ତରୀ ଟିମ୍ ତାଙ୍କୁ ପାଇ ନଥିଲେ । ମହିଳା ଏସଆଇ ଜଣକ ବର୍ତ୍ତମାନ କେଉଁଠି ଅଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଟ୍ରେନି ସବ-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି ମହିଳା । ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ମହିଳା ସବ୍‌-ଇନ୍ସପେକ୍ଟରଙ୍କୁ ଉଦ୍ଧାର କରି ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରିଥିଲା ।

ବିଳମ୍ବିତ ରାତିରେ ଏସଆଇ ରହୁଥିବା କ୍ୱାଟରରେ ପ୍ରବଳ ପାଟିତୁଣ୍ଡ ଶୁଣିବାକୁ ମିଳିଥିଲା ବୋଲି ପଡ଼ୋଶୀ କହିଛନ୍ତି । ମହିଳା ଏସ୍ଆଇ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ । କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତା' ପରେ ମଶାମରା ତେଲ ଖାଇ ଦେଇଥିବା ଜଣାପଡିଛି ।

ରାତିରେ ମହିଳା SI ଜଣକ କାହା ସହିତ ଜୋରରେ ପାଟି କରି କଥା ହେଉଥିବାରୁ ଶୁଣିଥିବା ପଡ଼ୋଶୀ କହିଛନ୍ତି । ବୋଧହୁଏ ତାଙ୍କ ବୟଫ୍ରେଣ୍ଡ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତା' ପରେ ବୋଧହୁଏ ସେ ମଶା ମାରିବାର ଲିକ୍ୟୁଡ୍ ପିଇ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+