ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ: ସୁଭଦ୍ରା ଯୋଜନା

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ ।

ମହିଳାମାନଙ୍କୁ ସଚେତନ କରିବା ସକାଶେ ସୁଭଦ୍ରା ସଚେତନତା ରଥ ସାରା ଓଡ଼ିଶାରେ ବୁଲିବ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ । ସୁଭଦ୍ରା ଯୋଜନା ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ । ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଯିବ । ମା,ଭଉଣୀଙ୍କୁ ସଚେତନ କରିବ। ମହିଳାମାନେ ସଶକ୍ତ ହେଲେ ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣ ହୋଇପାରିବ । ଏହି ରଥ ପ୍ରଥମେ ଭୁବନେଶ୍ୱରରେ ବୁଲିବ। ପରେ ସବୁ ଜିଲାରେ ଏହା ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଶୀଘ୍ର ସୁଭଦ୍ରା ଯୋଜନାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବ । ଏଥିପାଇଁ ଧୈର୍ଯ୍ୟ ରଖିବା ଦରକାର । ଏହି ଯୋଜନାର କୌଣସି ସମୟସୀମା ନାହିଁ । ହିତାଧିକାରୀମାନେ ରାତି ଅନିଦ୍ରା ହୁଅନ୍ତୁ ନାହିଁ କିମ୍ବା ଲମ୍ବା ଧାଡ଼ିରେ ଛିଡ଼ା ହୁଅନ୍ତୁ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ପଞ୍ଜୀକରଣ ନ ହେବା ଯାଏ ଏହା ଚାଲୁ ରହିବ । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟସାରା ବୁଲିବ ସୁଭଦ୍ରା ସଚେତନତା ରଥ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନାରେ ପ୍ରତ୍ୟେକ ମହିଳା ବର୍ଷକୁ ୨ଟି କିସ୍ତିରେ ୧୦ ହଜାର ଟଙ୍କାର ଭାଉଚର ପାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+