ଟ୍ବିନ୍ ସିଟିରେ ଆରମ୍ଭ ହେବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବସ୍ ସେବା
ଟ୍ବିନ୍ ସିଟିରେ ଆରମ୍ଭ ହେବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବସ୍ ସେବା । ରାଜ୍ୟ ସଡକ ପରିବହନ ନିଗମ (OSRTC) ଖୁବଶୀଘ୍ର ଦୈତନଗରୀ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଏହି ବସ ସେବା ଆରମ୍ଭ କରିବ ।

ଭୁବନେଶ୍ୱର: ଟ୍ବିନ୍ ସିଟିରେ ଆରମ୍ଭ ହେବ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବସ୍ ସେବା । ରାଜ୍ୟ ସଡକ ପରିବହନ ନିଗମ (OSRTC) ଖୁବଶୀଘ୍ର ଦୈତନଗରୀ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ଏହି ବସ ସେବା ଆରମ୍ଭ କରିବ । ଯେଉଁ ବସରେ କେବଳ ମହିଳା ଓ ସ୍କୁଲ ତଥା କଲେଜ୍ ଛାତ୍ରୀଙ୍କୁ ଯିବା ଆସିବା କରିବେ ।
ଏନେଇ ପରିବହନ ବିଭାଗ OSRTCକୁ ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି । ପରିବହନ ବିଭାଗର ସଚିବ ଅନିଲ କୁମାର ପରିଜା ଏହି ଦିଗରେ ତ୍ୱରିତ ପଦକ୍ଷେପ ପାଇଁ OSRTC ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି ।
ଉଲ୍ଲେଖଥାଉ କି, କାର୍ଯ୍ୟରତ ମହିଳା ଏବଂ ଛାତ୍ରୀମାନଙ୍କ ପାଇଁ ନିରାପଦ ତଥା ଆରାମଦାୟକ ଯାତ୍ରା ନିମନ୍ତେ ଏହି ସ୍ବତନ୍ତ୍ର ବସ୍ ସେବା ସାରା ଦେଶରେ ଆରମ୍ଭ ହୋଇଥିଲା । ଦିଲ୍ଲୀରେ ନିର୍ଭୟା ଘଟଣା ପରେ 8 ମାର୍ଚ୍ଚ 2013 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀ ସରକାର ଏହି ସ୍ବତନ୍ତ୍ର ବସ୍ ସେବା ଆରମ୍ଭ କରିଥିଲେ । ପରେ ଓଡିଶାରେ ମଧ୍ୟ କିଛି ଦିନ ପାଇଁ ଏହି ସ୍ବତନ୍ତ୍ର ବସ୍ ଗଡିଥିଲା । ମାତ୍ର ପରେ OSRTC ଏହାକୁ ବନ୍ଦ କରି ଦେଇଥିଲା । ଏହା ପରେ ଅନେକ ମହିଳା ଏହି ସ୍ବତନ୍ତ୍ର ବସ୍ ସେବା ଆରମ୍ଭ କରିବାକୁ ନିବେଦନ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ କକ୍ଷରେ ପହଞ୍ଚିଥିଲେ ।












Click it and Unblock the Notifications