ବୃଦ୍ଧାଙ୍କୁ ଟାଣି ନେଲା ମହାବଳ, ସ୍ୱିକାର କଲେ ରେଞ୍ଜର
ନୂଆପଡ଼ା ଜିଲ୍ଲା ସୁନେବେଡା ଅଭୟାରଣ୍ୟ ଜଳମେଡେଇ ଗାଁରେ ମହାବଳ ଆତଙ୍କ । ବାଘ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ମୃତ ବୃଦ୍ଧା ଜଣଙ୍କ ହେଲେ ୬୫ ବର୍ଷିୟ ସାମମତି ବାରିକ । ଅଭିଯୋଗ ଆଣିଲେ ଗ୍ରାମବାସୀ ।

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନେବେଡା ଅଭୟାରଣ୍ୟ ଜଳମେଡେଇ ଗାଁରେ ମହାବଳ ଆତଙ୍କ । ବାଘ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ । ମୃତ ବୃଦ୍ଧା ଜଣଙ୍କ ହେଲେ ୬୫ ବର୍ଷିୟ ସାମମତି ବାରିକ । ଅଭିଯୋଗ ଆଣିଲେ ଗ୍ରାମବାସୀ ।
ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ବୃଦ୍ଧା ଜଣକ ଘର ପାଖ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ । କାଠ ସଂଗ୍ରହ କରୁଥିବା ବେଳେ ମହାବଳ ଆଜି ତାଙ୍କୁ ଟାଣି ନେଇଥିଲା । ମହିଳା ଜଣକ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ ଯାାହା ଶୁଣି ଗାଁ ଲୋକେ ବାଘକୁ ଗୋଡାଇବାରୁ ମହାବଳ ବୃଦ୍ଧାଙ୍କ ଶବକୁ ଛାଡି ଜଙ୍ଗଲକୁ ପଳାଇଥିଲା ।
ଖବର ପାଇଁ ଘଟଣାସ୍ଥଳରେ ପହଁଚିଛି ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହାବଳ ଝାମ୍ପି ନେଇଥିବା ସ୍ୱିକାର କଲେ ସୁନାବେଡ଼ା ରେଞ୍ଜର । ପାଦ ଚିହ୍ନ ଏବଂ ଆକ୍ରମଣର ତରିକାରୁ ଏହ ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ରେଞ୍ଜର । ତେବେ ଆଗକୁ ଗ୍ରାମବାସୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ବନ ବିଭାଗ ।












Click it and Unblock the Notifications