ପୁଣି ମୋ ବସ୍ ଧକ୍କାରେ ମହିଳା ମୃତ
Accident News: ପୁଣି ମୋ ବସ୍ ନେଲା ଆଉ ଏକ ମହିଳାଙ୍କ ଜୀବନ । ତମାଣ୍ତୋ ଥାନା ଅଞ୍ଚଳର ଓଭରବ୍ରିଜ୍ ତଳେ ଦୁର୍ଘଟଣା ଘଟିଛି । ୧୦୦ ମିଟର ପର୍ଯ୍ୟନ୍ତ ମହିଳାଙ୍କୁ ଘୋଷାଡି ନେଇଥିଲା ମୋ ବସ୍ , ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି ।

ଏହାପୂର୍ବରୁ ଗତ ୪ ତାରିଖ ଦିନ ମୋ ବସ୍ ଧକ୍କାରେ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ମୋ ବସ୍ ଚାଳକ ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ ମୃତ ନାବାଳିକାର ମା'ଙ୍କର ଅଭିଯୋଗ ପରେ ଡ୍ରାଇଭର ନୃସିଂହକୁ ପୋଲିସ ଗିରଫ କରିଥିଲା ।












Click it and Unblock the Notifications