ବିଜେଡି ଶାସନ ସମୟରେ ଓଡିଶାରେ ଶିଖର ଛୁଇଁଛି ମହିଳା ସଶକ୍ତିକରଣ
ଓଡ଼ିଶା ମହିଳାମାନଙ୍କର ସାମାଜିକ ଓ ରାଜନୈତିକ ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ ସାଜିଛି । ଯାହାକି ବିଜୁ ଜନତା ଦଳ (ବିଜେଡି)ର ଶାସନ କାଳରେ ଘଟୁଛି ।
Women Empowerment in Odisha: ଅନ୍ତର୍ଜାତୀୟ ମହିଳା ଦିବସ 2022 ପୂର୍ବରୁ, ଯେତେବେଳେ ସମଗ୍ର ଦେଶ ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା । ଠିକ୍ ସେହି ସମୟରେ ଏବଂ ଓଡିଶା ପଞ୍ଚାୟତ ନିର୍ବାଚନର ବିପୁଳ ସଫଳତା ପରେ ପରେ ଆଗାମୀ ପୌର ନିର୍ବାଚନ ଲାଗି ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ (ଭୁବନେଶ୍ବର ଓ ବ୍ରହ୍ମପୁର) ପାଇଁ ମେୟର ପ୍ରାର୍ଥୀ ଭାବେ ଦୁଇ ମହିଳାଙ୍କ ନାମ ଘୋଷଣା କଲା ଶାସକ ବିଜୁ ଦନତା ଦଳ (ବିଜେଡି) । ତେବେ ଏହା ହେଉଛି ମହିଳାମାନଙ୍କର ସାମାଜିକ ଓ ରାଜନୈତିକ ସଶକ୍ତିକରଣର ସର୍ବଶ୍ରେଷ୍ଠ ଉଦାହରଣ । ଯାହାକି ବିଜୁ ଜନତା ଦଳ (ବିଜେଡି)ର ଶାସନ କାଳରେ ଘଟୁଛି । ଏହା ପରିପକ୍ୱ ଏବଂ ତଥ୍ୟ-ଆଧାରିତ ବିଶ୍ଳେଷଣ । ତେବେ ଅନ୍ୟ ରାଜ୍ୟମାନେ ଏହାକୁ ଅନୁକାରଣ କରନ୍ତୁ ବୋଲି ବିଶେଷଜ୍ଞ ମାନେ ମଧ୍ୟ ରଖିଛନ୍ତି ।

ରାଜ୍ୟ ରାଜଧାନୀ ଭୁବନେଶ୍ୱର ଭଳି ପ୍ରମୁଖ ମ୍ୟୁନିସିପାଲିଟି କର୍ପୋରେସନ୍, ବୃହତ ବ୍ୟବସାୟ କେନ୍ଦ୍ର କଟକ ଏବଂ ରାଜ୍ୟର ବୃହତ୍ତମ ଦକ୍ଷିଣ ସହର ବ୍ରହ୍ମପୁରର କର୍ପୋରେଟର ପଦବୀ ଗୁଡିକୁ 50 ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ରଖିଛି । ଯାହା ଓଡିଶା ସରକାରଙ୍କ ମହିଳା ସଶକ୍ତିକରଣ ଏଜେଣ୍ଡାକୁ ପ୍ରମାଣିତ କରୁଛି ।
ସେହିପରି ମନ୍ଦିର ମାଳିନୀ ସହର ଭୁବନେଶ୍ୱରର 67ଟି ୱାର୍ଡ ମଧ୍ୟରୁ 40ଟି ୱାର୍ଡ, ସର୍ବ ପୂରାତନ ସହର କଟକର 59ଟି ୱାର୍ଡ ମଧ୍ୟରୁ 34ଟି ୱାର୍ଡରେ ବିଜେଡି ମହିଳା ପ୍ରାର୍ଥୀଙ୍କୁ ଆଗାମୀ ପୌର ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି । ସେହିଭଳି ସିଲ୍କ ସିଟି ବ୍ରହ୍ମପୁରର 42ଟି ୱାର୍ଡ ମଧ୍ୟରୁ 23ଟି ୱାର୍ଡରେ ବିଜେଡି ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ।
ତେବେ ରାଜନୈତିକ ଯୁଦ୍ଧକ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବା ରାତାରାତି ସମ୍ଭବ ନୁହେଁ । ସମ୍ଭବତଃ 2024 ରେ ନିଜର ଷଷ୍ଠ ପାଳି ଲକ୍ଷ୍ୟରେ ଥିବା ବିଜେଡି ସରକାର ଏହି ପ୍ରକ୍ରିୟା 13 ଜୁଲାଇ 2012 ମସିହାରୁ ଆରମ୍ଭ କରିଥିଲା । ଏହା ପୂର୍ବରୁ ଓଡିଶା ପୌର ନିର୍ବାଚନରେ ମହିଳାଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କଥା କେହି କଳ୍ପନା ମଧ୍ୟ କରି ନଥିଲେ । ତେବେ ସେହି ସ୍ମରଣୀୟ ଦିନରେ ନବୀନ ବାବୁଙ୍କ ସେହି ଘୋଷଣା ଓଡିଶାର ସାମାଜିକ ଓ ରାଜନୈତିକ ଚିତ୍ରପଟକୁ ବଦଳାଇ ରଖି ଦେଇଛି । ଏହାପୂର୍ବରୁ ସେହି ବର୍ଷ ପଞ୍ଚାୟତି ରାଜ ପ୍ରତିଷ୍ଠାନ (PRI) ପାଇଁ ମଧ୍ୟ 50 ପ୍ରତିଶତ ସଂରକ୍ଷଣ ବିଜେଡି ସରକାର ଘୋଷଣା କରିଥିଲା।

ବାସ୍ତବରେ, ଯଦି ଶାସକ ବିଜେଡିର ରାଜନୈତିକ ଗ୍ରାଫରେ ଏହି ବିନ୍ଦୁଗୁଡ଼ିକ ଏବଂ ତାଙ୍କର ଶାନସ କାଳ ଯୋଗ କରିବା । ତେବେ ବିଜେଡି ସରକାରର ଏହା ପ୍ରକୃତ "ମହିଳାମାନଙ୍କ ପାଇଁ ଚିନ୍ତା" ବୋଲି ସ୍ପଷ୍ଟ ଭାବେ ବାରି ହୋଇଯିବ । ଯେଉଁଠି ଦଳ ସର୍ବଦା ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ପ୍ରାଥମିକତା ଆସିଛି ।
ଉଲ୍ଲେଖନୀୟ ଯେ, ମହିଳାମାନଙ୍କ ପାଇଁ ପୂର୍ବରୁ 33 ପ୍ରତିଶତ ସଂରକ୍ଷଣ, ଉଭୟ ପୌର ଏବଂ ପଞ୍ଚୟତି ରାଜରେ 90 ଦଶକର ଆରମ୍ଭ ହୋଇଥିଲା । ଯାହାକୁ ଓଡ଼ିଶାର କିମ୍ବଦନ୍ତୀ "ଟଲ୍ ମ୍ୟାନ୍" ବିଜୁ ପଟ୍ଟନାୟକ ଘୋଷଣା କରିଥିଲେ ।

ସାମାଜିକ ତଥା ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ମତ ରଖିଛନ୍ତି ଯେ, ଜଣେ ନମ୍ର ତଥା ଲୋକକେନ୍ଦ୍ରିକ ନେତା ଭାବରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସାମାଜିକ ମୂଲ୍ୟବୋଧକୁ ଶୀର୍ଷରେ ରଖିଥାନ୍ତି । ପ୍ରତ୍ୟେକ ଥର ଯେତେବେଳେ ସେ ଏକ କୌଣସି ସଭା ସମାବେଶକୁ ସମ୍ବୋଧିତ କରନ୍ତି, ସେତେବେଳେ ସେ ତାଙ୍କ ଭାଷଣ ଓଡିଆରେ "ମୋର ପ୍ରିୟ ମା ଓ ଭଉଣୀମାନେ" ବାକ୍ୟରୁ ଆରମ୍ଭ କରନ୍ତି। ଏହା ତାଙ୍କର ନିର୍ମଳ ଭାବମୂର୍ତ୍ତି ଓ ସାମାଜିକ ଅନ୍ୟାୟ ବିରୁଦ୍ଧରେ ସ୍ବରକୁ ପ୍ରମାଣିତ କରେ । ଯେଉଁଥି ପାଇଁ ବୋଧହୁଏ, ପ୍ରତି ନିର୍ବାଚନରେ ଓଡିଶାର ମହିଳାମାନେ ନବୀନଙ୍କ ଉପରେ ସମାନ ଭରଷା ଦେଖାଇଥାନ୍ତି ଏବଂ ପ୍ରତି ନିର୍ବାଚନ ଫଳାଫଳକୁ ନବୀନ ସରକାରଙ୍କ ସପକ୍ଷରେ ଆଣିଥାନ୍ତି ।

ମିଶନ୍ ଶକ୍ତି ଓଡିଶା ସରକାରଙ୍କ ଏକ ଫ୍ଲାଗସିପ୍ ପଦକ୍ଷେପ । ବର୍ତ୍ତମାନ ଏକ ପୃଥକ ପ୍ରଶାସନିକ ୱିଙ୍ଗ୍ । ଯାହା 2006 ମସିହାରେ ପ୍ରାୟ ଦୁଇ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ସୃଷ୍ଟି କରିବାର ମୂଳ ଲକ୍ଷ୍ୟ ସହିତ ଆରମ୍ଭ ହୋଇଥିଲା । ଯାହା ସମୟକ୍ରମେ ବିଜେଡି ପାଇଁ ଏକ ନିରବ ଅସ୍ତ୍ର ଭାବେ ଉଦ୍ଭ୍ୱା ହୋଇଛି। ସମଗ୍ର ରାଜ୍ୟରେ 70,00,010 ମହିଳା ସଦସ୍ୟଙ୍କୁ ନେଇ 6,02,013 ମହିଳା SHG ସହିତ ଗଠନ ହୋଇଛି । ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଏବଂ ସହଯୋଗରେ ସେମାନେ ବର୍ତ୍ତମାନ ଗ୍ରାମୀଣ ଅର୍ଥନୈତିକ ସମୃଦ୍ଧତା ଏବଂ ପ୍ରଗତିର ଏକ ଅଂଶ ହୋଇପାରିଛନ୍ତି । SHGs ର ପ୍ରତ୍ୟେକ ସଦସ୍ୟ ମଧ୍ୟ ମହିଳା ସଶକ୍ତିକରଣ ଉପରେ "ସଫଳତାର କାହାଣୀ" ର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ।
ସେହିପରି ରାଜ୍ୟରେ ମହିଳା ଡ୍ରାଇଭରଙ୍କୁ ପ୍ରତ୍ସାହନ ଦେବାରେ ଓଡିଶା ସରକାର ସାରା ଦେଶରେ ପ୍ରଶଂସା ସାଉଣ୍ଟୁଛନ୍ତି । ରାଜ୍ୟ ପରିବହନ ବିଭାଗ ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ 33% ରୁ ଅଧିକ ମହିଳା ଡ୍ରାଇଭରମାନଙ୍କରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
ତେବେ ଏହି ସମସ୍ତ ପ୍ରସଙ୍ଗ ଶାସକ ବିଜେଡି ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ଶିଖରକୁ ନେଇଥିବା ସାକ୍ଷୀ ଦେଉଛି ।












Click it and Unblock the Notifications