ସାଳନ୍ଦୀ ନଦୀରେ ଭାସି ଯାଇଥିଲେ: ମହିଳାଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ସାଳନ୍ଦୀ ନଦୀରେ ଭାସିଯାଇ ନିଖୋଜ । ମହିଳାଙ୍କ ଶବ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ଦେଇ ଯାଇଥିବା ସାଳନ୍ଦୀ ନଦୀରେ ଶୁକ୍ରବାର ସନ୍ଧ୍ୟାରେ ଭାସି ଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଥିଲେ ।
ତେବେ ଆଜି ସକାଳେ ଅଗ୍ନିଶମ ବିଭାଗ ଦ୍ଵାରା ମହିଳାଙ୍କ ଶବ ଉଦ୍ଧାର ହୋଇଛି । ଉଦ୍ଧାର ମହିଳା ଜଣକ ଡ଼ଙ୍ଗାଡ଼ିହା ଗ୍ରାମର ଘୁଟୁସାହିର ସିନୁ ପିଙ୍ଗୁଆଙ୍କ ସ୍ତ୍ରୀ ଗୁରୁବାରୀ ବୋଲି ଜଣା ପଡ଼ିଛି।
ସୂଚନା ଅନୁଯାୟୀ ଗତକାଲି ଶୁକ୍ରବାର ଡ଼ଙ୍ଗାଡ଼ିହା ଗ୍ରାମରେ ହେଉଥିବା ହାଟକୁ ଗୁରୁବାରୀ ଆସିଥିଲେ। ହାଟ ସାରି ସନ୍ଧ୍ୟାରେ ନିଜ ସାହିର ଜଣେ ମହିଳାଙ୍କ ସହିତ ଘୁଟୁସାହି ଘରକୁ ଯିବା ପାଇଁ ସାଳନ୍ଦୀ ନଦୀ ପାଣିରେ ପାରି ହେଉଥିବା ବେଳେ ନଦୀ ପାଣିରେ ମହିଳା ଜଣକ ଭାସି ଯାଇଥିଲେ ।

ନଦୀରେ ଭାସି ଯିବା ଜାଣି ସ୍ଥାନୀୟ ଲୋକମାନେ ରାତିରେ ମହିଳା ଜଣକୁ ଉଦ୍ଧାର କରିବାକୁ ଖୋଜାଖୋଜି କରି ମହିଳାଙ୍କ ସନ୍ଧାନ ପାଇପାରି ନଥିଲେ । ଆଜି ଶନିବାର ସକାଳେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନଦୀ ଭିତରେ ଖୋଜି ମହିଳା ଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ।
ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଲାଇଛି । ତେବେ ମହିଳା ଜଣଙ୍କ କେମିତି ଭାସି ଯାଇଥିଲେ ସେ ନେଇ ଜଣା ପଡ଼ିନାହିଁ ।












Click it and Unblock the Notifications