ମହାନଦୀରେ ଛାଡ଼ିଶଗଡରୁ ଭାସି ଆସିଲେ ଦିବ୍ୟାଙ୍ଗ ମହିଳା, ସୁରକ୍ଷିତ ଉଦ୍ଧାର

ମହାନଦୀରେ ଭାସି ଆସିଲେ ମହିଳା । ମହାନଦୀରେ ଖସି ପଡ଼ି ପ୍ରାୟ ୫୦ କିମି ଆସିବା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକ ବିକୃତ ମହିଳା।

Mahanadi

ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲେ ବି ସେ ଛତିଶଗଡ଼ରୁ ଆସି ଓଡ଼ିଶାରେ ଲାଗିଥିବା ବେଳେ ମତ୍ସ୍ୟଜୀବୀଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏହାକୁ ଦେଖି ଲୋକେ କହୁଛନ୍ତି, ଯାହାକୁ ରଖେ ହରି ତାକୁ ମାରେ କିଏ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଝାରସୁଗୁଡ଼ା ପଲସଦାରେ ଘଟିଛି।

ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍‌ ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡି ପକାଇ ରଖୁଥିଲେ ।

ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ। ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ପ୍ରଖର ରହିଛି। ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ।

ମତ୍ସ୍ୟଜୀବୀମାନେ ମାଛ ମାରିବା ନିମନ୍ତେ ମହାନଦୀକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି।

ଏହାପରେ ତାଙ୍କୁ ରେଙ୍ଗାଲି ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ୍‌ ତାଙ୍କ ଠିକଣା ବୁଝି ଛତିଶଗଡ଼ରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ଖବର ଲେଖା ହେବା ସୁଦ୍ଧା ମହିଳାଙ୍କ ଭାଇ ନିଜ ଭଉଣୀକୁ ନେବା ପାଇଁ ରେଙ୍ଗାଲି ଅଭିମୁଖେ ଆସୁଥିବା ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+