ପରକୀୟା ପ୍ରୀତି ପାଇଁ ସ୍ୱାମୀର ଜୀବନ ନେଲା ସ୍ତ୍ରୀ

ନୟାଗଡ ଫରେଷ୍ଟରଙ୍କ ଦରପୋଡା ମୃତଦେହ ମିଳିବା ଘଟଣା ଉପରୁ ହଟିଛି ପରଦା । ପରକୀୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା କହିଲେ ଏସଡିପିଓ । ଫରେଷ୍ଟରଙ୍କୁ ହତ୍ୟା କରାଯାଇଥିବା ସ୍ତ୍ରୀ ଓ ପୁଅଙ୍କ ଦ୍ୱାରା ସ୍ୱୀକାର କରାଯାଇଥିବା ସୂଚନା । ମୋବାଇଲରୁ ଫଟୋ ଡିଲିଟ୍ କରିବାକୁ ନେଇ ହୋଇଥିଲା ଗଣ୍ଡଗୋଳ । ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ।

extramarital love

ହତ୍ୟାକୁ ସର୍ଟ ସର୍କିଟର ରୂପ ଦେବା ଲାଗି ଚେଷ୍ଟା କରାଯାଇଥିବା କହିଛି ପୋଲିସ । ପ୍ରାଥମିକ ଯାଞ୍ଚ ବେଳେ ଘଟଣାରେ ପୁଲିସ ପୁଅକୁ ପଚରାଉଚରା କରିଥିଲା । ପଞ୍ଚରିଡା ରେଞ୍ଜ ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହକୁ ଟାଉନ୍‌ ଥାନା ପୁଲିସ ଜବତ କରିଛି ।

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଶିଶିର ତାଙ୍କ ସ୍ତ୍ରୀ ଓ ପୁଅ ଘରେ ଥିବାବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରିଥିଲେ, ଆଖପାଖ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ହେଲେ ନିଆଁରେ ଶିଶିର ପୋଡ଼ି ଯାଇଥିଲେ । ତେବେ ଘଟଣାକୁ ନେଇ ପୁଲିସ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି ଫରେଷ୍ଟରଙ୍କ ବଡ଼ ଭାଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+